www.samajalive.in
Thursday, December 11, 2025
14.1 C
Bhubaneswar

ମାଁ ସମଲେଶ୍ୱରୀଙ୍କ ଖଣ୍ଡା ଧୁଆ ନିତି ସମ୍ପନ୍ନ 

ସମ୍ବଲପୁର : ପବିତ୍ର ନବରାତ୍ର ଉପଲକ୍ଷେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ସମସ୍ତ ରିତିନିତି ଭକ୍ତିମୟ ପରିବେଶ ମଧ୍ୟରେ ଚାଲୁ ରହିଛି। ଏହି କ୍ରମରେ ମଙ୍ଗଳବାର ମହାଅଷ୍ଟମୀ ତିଥିରେ ଅପରାହ୍ନ ୫ଟାରେ ମାଁ ସମଲେଶ୍ୱରୀଙ୍କ ମନ୍ଦିରରୁ କୋଭିଡ ନିୟମ କଡାକଡି ଭାବରେ ପାଳନ କରାଯାଇ ପୂଜକ ମାନେ ମାଁଙ୍କ ଖଣ୍ଡା ଓ ଧ୍ୱଜା ନେଇ ଏକ ଶୋଭାଯାତ୍ରାରେ ମନ୍ଦିର ନିକଟସ୍ଥ ଗିଙ୍ଗରାପଡା ସ୍ଥିତ ମଛିନ୍ଦ୍ରଘାକୁ (ମହାନଦୀ) ଯାଇଥିଲେ। ଘାଟରେ ମହାନଦୀର ଜଳରେ ମାଁ ଖଣ୍ଡାକୁ ଧୋଇବା ପରେ ପାରମ୍ପରିକ ରିତିନିତି ଅନୁଯାୟୀ ଖଣ୍ଡା ଓ ଝଣ୍ଡାକୁ ପ୍ରଖର (ଶକ୍ତି) କରାଯାଇଥିଲା।
ଏହା ପରେ ଶୋଭାଯାତ୍ରା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରତି ବର୍ଷ ମାଁଙ୍କ ଖଣ୍ଡା ଧୁଆ ନିତି ପରେ ମନ୍ଦିରରୁ ଭବ୍ୟ ଆଖଡା ବାହାରି ନଗର ପରିକ୍ରମା କରୁଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ପାଇଁ କେବଳ ମନ୍ଦିର ପରିସରରେ ଖଣ୍ଡାକୁ ବିଧିରକ୍ଷା ନିମନ୍ତେ ସାମନ୍ୟ ପ୍ରଦର୍ଶନ କରାଯାଇ ମାଁ ସମଲେଶ୍ୱରୀଙ୍କ ନିକଟରେ ରଖାଯାଇଛି। ଚଳିତ ବର୍ଷ ପାରମ୍ପରିକ ବାଦ୍ୟ ବ୍ୟବହାର କରାଯାଇ ନ ଥିବା ବେଳେ କେବଳ ଘଣ୍ଟ, ଶଙ୍ଖ ବାଦନ କରି ହିଁ ବିଧି ରକ୍ଷା ସମ୍ପନ୍ନ କରାଯାଇଥିଲା। ମହାଷ୍ଟମୀ ଉପଲକ୍ଷେ ବ୍ରହ୍ମ ମୁହୁର୍ତ୍ତ ୪ଟାରେ ମନ୍ଦିର ଦ୍ୱାରଫିଟା ନିତି, ମାଁ ଙ୍କୁ ମହାନଦୀରୁ ପିତ୍ତଳ ପାତ୍ରରେ ଜଳ ଅଣା ଯାଇ ସ୍ନାନ କରାଯାଇ ବେଶ କରାଯାଇ ପ୍ରାତଃ ୫ଟାରେ ମଙ୍ଗଳ ଆଳତୀ କରାଯାଇଥିଲା। ଦିନ ୧୨ଟାରେ ଅନ୍ନଭୋଗ ଅର୍ପଣ କରାଯାଇଥିଲା। ଅପରାହ୍ନରେ ମାଁ ଶୃଙ୍ଗାର ପୂଜକ ମାନେ କରିଥିଲେ। ରାତ୍ର ୮ଟାରେ ଆଳତୀ ଓ ମଧ୍ୟରାତ୍ରରେ ମାଁ ଙ୍କ ସନ୍ଧିପୂଜା କରାଯାଇଥିଲା। ବୁଧବାର ଓ ଶୁକ୍ରବାର ଦଶହରାର ଅନ୍ୟ ନିତି ପାଳନ କରାଯାଇ ବାଟ ମଙ୍ଗଳା ମନ୍ଦିରକୁ ଧ୍ୱଜା ଗମନ, ଅଖଣ୍ଡଦୀପ ବିସର୍ଜନ, ଖଣ୍ଡା ଶାନ୍ତ କରିବା, ରଣଜିତା ଉତ୍ସବ ଆଦି ପାରମ୍ପରିକ ରିତିନିତି ପାଳିତ ହେବ। ଭକ୍ତ ମାନଙ୍କ ସୁବିଧା ନିମନ୍ତେ ସମ୍ବଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଫେସବୁକ ମାଧ୍ୟମରେ ମାଁ ଙ୍କ ପୂଜାର୍ଚ୍ଚନା, ଆଳତୀ ଆଦିର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories