www.samajalive.in
Thursday, December 11, 2025
15.1 C
Bhubaneswar

ଦଶହରା ସପ୍ତମୀ ତିଥିରେ ସମଲେଇ ଯୋଜନା ପାଇଁ ଘରୋଇ ଜମି ଅଧିଗ୍ରହଣ ଆରମ୍ଭ 

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ତଥା ଆଖପାଖ ଅଞ୍ଚଳର ପୁନଃ ବିକାଶ ନିମନ୍ତେ ରାଜ୍ୟ ସରକାର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନାକୁ ଯଥାଶିଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ସରକାରୀ ଜମି, ଆବାସ ଓ ମାର୍କେଟ କମ୍ପେ୍ଲକ୍ସ ଆଦିକୁ ଅଧିଗ୍ରହଣ କରାଯିବା ଆରମ୍ଭ ହୋଇ ସାରିଥିବା ବେଳେ ନବରାତ୍ର ଅବସରରେ ପବିତ୍ର ଦଶହରା ସପ୍ତମୀ ତିଥିରେ ଘରୋଇ ଜମି ଅଧିଗ୍ରହଣ ଓ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପବିତ୍ର ସପ୍ତମୀ ତିଥି (୧୧ ତାରିଖ) ସୋମବାର ଦିନ ମନ୍ଦିର ସମ୍ମୁଖରେ ରହିଥିବା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ପୂର୍ବତନ ସଭାପତି ସଦାଶିବ ମହାପାତ୍ର ଓ ତାଙ୍କର ପରିବାରବର୍ଗଙ୍କ ୪ ଡିସିମିଲ ଜମି ଓ ଘରକୁ ସମୁଦାୟ ୧୩ ଲକ୍ଷ ୭ ହଜାର ୨୬୨ ଟଙ୍କାର ଚେକ ପ୍ରଦାନ କରାଯାଇ ପ୍ରଶାସନ ପ୍ରଥମେ ଅଧିଗ୍ରହଣ ଓ ପଞ୍ଜିକରଣ କରିଛି। ପ୍ରଶାସନ ସହିତ ହୋଇଥିବା ଚୁକ୍ତିନାମାରେ କ୍ରିଷ୍ଣାପ୍ରିୟା, ପୁତ୍ର ସଦାଶିବ, ସଞ୍ଜିବ, ଝିଅ ବନ୍ଦନା, ଚନ୍ଦ୍ରିକା ଓ ରାଜଲକ୍ଷ୍ମୀ ଦସ୍ତଖତ କରିଥିବା ବେଳେ ପ୍ରଶାସନ ତରଫରୁ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କଲୋଲ କିଶୋର ପ୍ରଧାନ ଦସ୍ତଖତ କରିଛନ୍ତି।
ସେହିଭଳି ମନ୍ଦିର ସନ୍ନିକଟରେ ରହିଥିବା ଶ୍ରୀକୃଷ୍ଣ ଗୋଶାଳାର ୨୧ ଡିସିମିଲ ଜମି ଓ ଘର ପାଇଁ ଏହାର ମ୍ୟାନେଜିଂ ଟ୍ରଷ୍ଟି ପ୍ରଭାସ ଅଗ୍ରୱାଲ ଓ ମଙ୍ଗତୁରାମ ଅଗ୍ରୱାଲ ଙ୍କ ପ୍ରଶାସନ ତରଫରୁ ୧ କୋଟି ୯୪ ଲକ୍ଷ ୭ ହଜାର ୩୮୮ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ଜମି କିଣାବିକାରେ ସରକାରୀ ଓକିଲ ଭାବରେ ଅଶୋକ ସେନାପତି ଓ ପ୍ରଦୀପ କୁମାର ଦୋରା ସାମିଲ ରହିଥିଲେ। ଜିଲାପାଳ ଶୁଭମ ସାକ୍ସସେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରକ୍ରିୟାରେ ସମଲେଇ ଯୋଜନାର ଜମି ଅଧିଗ୍ରହଣ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଡିଏସଆର ସୁର୍ଯ୍ୟ ନାରାୟଣ ସାମଲ, ଏଟିଏସଙ୍କ ସଚିବ ପ୍ରଭାସ ଡନସେନା, ରାସ୍ତା ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ବଶିଷ୍ଟ ପଟ୍ଟନାୟକ, ଭୂ ଅର୍ଜନ ଅଧିକାରୀ ଆଦିତ୍ୟ ପଣ୍ଡା ଓ ଅନ୍ୟ ଅଧିକାରୀ ମାନେ ମହାପାତ୍ର ଙ୍କ ପରିବାର ଏବଂ ଶ୍ରୀକୃଷ୍ଣ ଗୋଶାଳାକୁ ଯାଇ ଅଧିଗ୍ରହଣ ଓ ପଞ୍ଜିକରଣ କାର୍ଯ୍ୟ ସମ୍ପନ୍ନ କରିଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଯୋଜନା ପାଇଁ ସରକାରୀ କାର୍ଯ୍ୟାଳୟ ଓ ଆବାସ ଗୁଡିକୁ ଭଙ୍ଗାଯାଇ ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।
ସମଲେଇ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ମନ୍ଦିର ସମ୍ମୁଖରେ ରହିଥିବା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ପୂର୍ବତନ ସଭାପତି ସଦାଶିବ ମହାପାତ୍ର ଓ ତାଙ୍କର ପରିବାରବର୍ଗଙ୍କ ଜମି ପ୍ରଶାସନ ଅଧିଗ୍ରହଣ ଓ ପଞ୍ଜିକରଣ କରିଛି। ପବିତ୍ର ନବରାତ୍ର ଅବସରରେ ସପ୍ତମୀ ତିଥିରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପୂର୍ବତନ ସଭାପତି ସଦାଶିବଙ୍କ ମାତା ବିଷ୍ଣୁପ୍ରିୟା ମହାପାତ୍ର ଏହି ଯୋଜନା ନିମନ୍ତେ ନିଜସ୍ୱ ଜମାପୂଞ୍ଜିରୁ ୬୦ ହଜାର ଟଙ୍କାର ଏକ ଚେକ ଜିଲାପାଳ ଶୁଭମ ସାକ୍ସସେନାଙ୍କୁ ପ୍ରଦାନ କରିଛନ୍ତି। ଜୀବନବ୍ୟାପି ମାଁଙ୍କ ଛତ୍ରଛାୟା ତଳେ ରହିଥିବାରୁ ସମଲେଇ ଯୋଜନାର ଘୋଷଣା ପରେ ସେ ମନ୍ଦିରର ପୁନଃ ବିକାଶ ନିମନ୍ତେ ଯଥାଶକ୍ତି ଦାନ କରିବା ନିମନ୍ତେ ଇଚ୍ଛା ରଖିଲେ ଏବଂ ଏହା ନବରାତ୍ର ଅବସରରେ ପୂରଣ ହୋଇଥିବାରୁ ଏହା ତାଙ୍କର ସୌଭାଗ୍ୟ ବୋଲି ବିଷ୍ଣୁପ୍ରିୟା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories