www.samajalive.in
Friday, December 12, 2025
15.1 C
Bhubaneswar

୫ କୋଟି ଟଙ୍କା ବ୍ୟୟରେ ମାତୃ-ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରର ଶୁଭ ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁପାଳ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାହାଙ୍ଗା ବ୍ଲକ ଆଉ ଦୁଇପାଦ ଆଗକୁ ବଢିଛି। ମାହାଙ୍ଗା ଜଗନ୍ନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର- ୨ରେ ଯୋଡି ହୋଇଛି ନୂଆ ଅଧ୍ୟାୟ। ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ନେଇ ନବୀନ ସରକାରଙ୍କ ପକ୍ଷରୁ ୫କୋଟି ବ୍ୟୟରେ ଆରମ୍ଭ ହେବାକୁ ଥିବା ନୂତନ ଶିଶୁ ଓ ମାତୃ ଚିକିତ୍ସାଳୟର ମଙ୍ଗଳବାର ଶୁଭ ଶିଳାନ୍ୟାସ କରିଛନ୍ତି ବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା। ଯାହାକୁ ନେଇ ସ୍ଥାନୀୟ ୯ଟି ପଂଚାୟତ ର ବାସିନ୍ଦା ଉନ୍ନତମାନର ଚିକିତ୍ସା ସେବା ପାଇବା ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇବା ସହ ମନ୍ତ୍ରୀଙ୍କୁ ଶହଶହ ସଂଖ୍ୟାରେ ମହିଳା, ପୁରୁଷ, ଯୁବକଯୁବତୀମାନେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

- Advertisement -

ଏହି ମେଡିକାଲ ନିର୍ମାଣ ହେବାଦ୍ୱାରା ଆଉ ମହିଳା ଓ ଶିଶୁମାନଙ୍କୁ ଦୁରଦୂରାନ୍ତକୁ ଚିକିତ୍ସା ପାଇଁ ଯିବାକୁ ପଡିବନି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏହି ଉତ୍ସବରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ମାହାଙ୍ଗା ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଞ୍ଜୟ କୁମାର ମହାନ୍ତି, ଜଗନ୍ନାଥପୁର ହସ୍ପିଟାଲର ମୁଖ୍ୟ ଡାକ୍ତର ମାନସ ମହାନ୍ତି, ଡାକ୍ତର ସାୟଂ ପରିଡା, ଡାକ୍ତର ସଞ୍ଜୟ ଜେନା, ଡାକ୍ତର ସିପ୍ରା ମହାନ୍ତି, ଡାକ୍ତର ସେକ ଆଲାମ, କବି ବିଶ୍ୱେଶ୍ୱର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ବିଭାଗର ଆଶା, ଅଙ୍ଗନବାଡି କର୍ମୀ ଓ ମହିଳା ଉତ୍ସବରୃ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଦୀନବନ୍ଧୁ ସାହୁ, ଦୀପକ ଦାଶ, ସତ୍ୟଜିତ ଦାସ, ପନଂଗ ଦାସ, ଜୟନ୍ତ ବିଶ୍ୱାଳ, କାହ୍ନୁଚରଣ ସାହୁ, ରିଆଯୁଲ ହୋଦା, ଗଗନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories