www.samajalive.in
Sunday, December 14, 2025
19.1 C
Bhubaneswar

ବାଉଁଶ ଧଡ଼ାରୁ ନଦୀରେ ଖସିପଡି ବୃଦ୍ଧ ମୃତ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ମଧୁବନ ଗ୍ରାମର ଉମାକାନ୍ତ ଭୋଇ (୬୫)ଙ୍କର ଆଜି ସକାଳେ ରତ୍ନାଚୀରା ନଦୀ ଉପରେ ନିର୍ମିତ ବାଉଁଶ ଧଡ଼ାରୁ ଖସି ପଡିଥିଲେ ଏବଂ ରତ୍ନାଚୀରା ନଦୀରେ ଭାସି ଯାଇ ପ୍ରାଣ ହରାଇଛନ୍ତି । ପ୍ରତିଦିନ ଭଳି ଆଜି ବି ପ୍ରାତଭ୍ରମଣ ପାଇଁ ସେ ସକାଳୁ ଘରୁ ବାହାରି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବା ପରେ ଘର ଲୋକ ଖୋଜାଖୋଜି କରି ନିରାଶ ହେବା ପରେ ବାଉଁଶ ଧଡ଼ାରୁ ଖସିପଡ଼ିଥିବା ସନ୍ଦେହ କରିଥିଲେ। ଘଟଣା ସମ୍ପର୍କରେ ସାକ୍ଷୀଗୋପାଳ ଦମକଳ କେନ୍ଦ୍ରକୁ ଜଣାଇବା ପରେ ଦମକଳ କେନ୍ଦ୍ରର ଆଗ୍ନୀକମାନେ ଘଟଣା ସ୍ଥଳରେ ପହଞ୍ଚି ନଦୀ ମଧ୍ୟରୁ ଉମାକାନ୍ତଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ସତ୍ୟବାଦୀ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛନ୍ତି। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଏହି ମଧୁବନ ଗ୍ରାମରେ ରହୁଥିବା ଲୋକ ମାନଙ୍କ ଯିବା ଆସିବା ପାଇଁ ରତ୍ନଚିରା ନଦୀ ଉପରେ ସ୍ଥାୟୀ ସେତୁଟିଏ ନିର୍ମାଣ ହୋଇ ପାରିନାହିଁ। ଶତାଧିକ ଗ୍ରାମବାସୀ ଏହି ବାଉଁଶ ଧଡ଼ା ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି। ଚଳିତ ବର୍ଷ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଚେଷ୍ଟାରେ ଏକ ସେତୁ ନିର୍ମାଣ ଆରମ୍ଭ ହୋଇଛି। ନଦୀରେ ବର୍ଷା ପାଣି ଆସି ଯିବାରୁ ନିର୍ମାଣ କାର୍ଯ୍ୟଟି ଅଟକି ଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories