ପୁରୀରେ ଆଜି ଜଣେ ମହିଳା ପର୍ଯ୍ୟଟକ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟତି ଜଣଙ୍କ ମଧ୍ୟ ଜଣେ ପର୍ଯ୍ୟଟକ ବୋଲି ଜଣାପଡିଛି। ଇତିମଧ୍ୟରେ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିଙ୍କ ନାମ ନବୀନ ସିଂହ ତନୱାର (୩୬) ଏବଂ ତାଙ୍କ ଘର ମଧ୍ୟପ୍ରଦେଶର ଉଜୈନରେ ବୋଲି ପୁଲିସ ସୂଚନା ଦେଇଛି। ସେ ସେଠାକାର ମଦର ମେରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ କର୍ମଚାରୀ।
ପୁଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି।



