www.samajalive.in
Sunday, December 14, 2025
15.1 C
Bhubaneswar

ସଂକ୍ରମଣକୁ ଡରି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି : ଦଶହରାରେ ଦର୍ଶନ ବନ୍ଦ ; କୁମାର ପୂର୍ଣ୍ଣିମାରେ ଅନୁମତି

ପୁରୀ : କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ଅଧିକ ଭିଡ଼ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଉପରେ କେତେକ କଟକଣା ଲଗାଇଛି। ଆଗାମୀ ଦଶହରା, ଦୀପାବଳି ଅମାବାସ୍ୟା, କାର୍ତ୍ତିକମାସର ବଡ଼ ଏକାଦଶୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ। ଏନେଇ ଛତିଶା ନିଯୋଗ ବୈଠକରେ ସହମତି ପ୍ରକାଶ ପାଇଛି। ତେବେ ଚଳିତମାସ ୨୦ତାରିଖ କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ଦଶହରା ପରଦିନ ଅର୍ଥାତ୍‌ ଭସାଣି ଦିନ ସନ୍ଧ୍ୟାପରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବନାହିଁ। ଏତଦ୍‌ବ୍ୟତୀତ ସବୁ ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ହବିଷ୍ୟାଳିମାନେ ଗତବର୍ଷ ଭଳି ଏବର୍ଷ କାର୍ତ୍ତିକମାସରେ ପୁରୀ ନ ଆସି ସୁରକ୍ଷିତ ଭାବେ ନିଜଘରେ ହବିଷବ୍ରତ ପାଳନ କରିବାକୁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ହବିଷ୍ୟାଳିଙ୍କ ପାଇଁ ଚଳିତବର୍ଷ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ପାରମ୍ପରିକ ପୋଷାକ ବିନା କେହି ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ ସେବାୟତ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କେତେକ ସେବାୟତ ଏବଂ କର୍ମଚାରୀ ପ୍ୟାଣ୍ଟସାର୍ଟ ପିନ୍ଧି ଶ୍ରୀମନ୍ଦିର ଗର୍ଭଗୃହକୁ ଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ଓ ପବିତ୍ରତାକୁ ଅକ୍ଷୁଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଗଣମାଧ୍ୟମକୁ କହିଛନ୍ତି। ବର୍ତ୍ତମାନ ପାଇଁ ଏହି କଟକଣା ଭିତରକାଠ ପାଖରୁ ରତ୍ନସିଂହାସନ ପର୍ଯ୍ୟନ୍ତ ଅଞ୍ଚଳରେ ଲାଗୁ କରାଯିବ। ଏହାପରେ ଭକ୍ତଙ୍କ ପାଇଁ ପାରମ୍ପରିକ ପୋଷାକ କଟକଣା ଲାଗୁ ସମ୍ପର୍କରେ ବିଚାର କରାଯିବ। ସେବାୟତଙ୍କ ପାଇଁ କୁମାର ପୂର୍ଣ୍ଣିମା ଏବଂ କର୍ମଚାରୀଙ୍କ ନିମନ୍ତେ ଦୀପାବଳି ଅମାବାସ୍ୟା ପରଦିନଠାରୁ ପାରମ୍ପରିକ ପୋଷାକ ବ୍ୟବସ୍ଥା ଲାଗୁ କରାଯିବାକୁ ସ୍ଥିର କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୮ତାରିଖ ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ମିଟର ଐତିହ୍ୟ କରିଡର ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଆଇଏମ୍‌ଏ) ସ୍ବୀକୃତି ପ୍ରଦାନ କରିଛି। କରୋନା କଟକଣା ସହ ଶିଳାନ୍ୟାସ ଉତ୍ସବ ଆୟୋଜନ କରାଯିବ।
ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣା ଅତି ଦୁଃଖଦ ଏବଂ ନିନ୍ଦନୀୟ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏଭଳି ଘଟଣାରେ ସଂପୃକ୍ତଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଶ୍ରୀମନ୍ଦିରରେ ଘଟୁଥିବା ଏଭଳି ଘଟଣାକୁ ଅତିରଞ୍ଜିତ କରି ପ୍ରକାଶ କରାନଯିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ଶ୍ରୀମନ୍ଦିର ସେବାୟତ ସାଧାରଣରେ ନିନ୍ଦିତ ହେବାର ସମ୍ଭାବନା ଥିବା ସେ ମତ ଦେଇଛନ୍ତି। କାର୍ତ୍ତିକମାସ ପାଇଁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଦିନ ୧୦ଟା ସୁଦ୍ଧା ଭୋଗମଣ୍ଡପ ଶେଷ କରାଯାଇ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ଯୋଗାଇବା ସମ୍ପର୍କରେ ଆଲୋଚନା କରାଯାଇଛି। ମହାପ୍ରସାଦ ଦର ନିର୍ଦ୍ଧାରଣ ଏବଂ ଶୃଙ୍ଖଳିତ ଭାବେ ମହାପ୍ରସାଦ ବିକ୍ରି ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଡଃ କୁମାର ପ୍ରକାଶ କରିଛନ୍ତି। ଜିଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ସ୍ବପ୍ନେଶ୍ବର ମହାପାତ୍ର, ନୀତି ଅଧିକାରୀ ରବୀନ୍ଦ୍ର କୁମାର ଦାସ ଏବଂ ଉପପ୍ରଶାସକ ସୁବ୍ରତ କୁମାର ବେହେରାଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।
ଦଶହରାରେ ଦର୍ଶନ ବନ୍ଦ…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories