www.samajalive.in
Monday, December 8, 2025
14.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟକୁ ଡାକ୍ତରୀଶିକ୍ଷା ମହାବିଦ୍ୟାଳୟରେ ପରିଣତ ପାଇଁ ସାଂସଦଙ୍କ ପ୍ରତିଶୃତି

ଗୁରୁଡିଝାଟିଆ : ପୂଣ୍ୟାତ୍ମା ଗୋପବନ୍ଧୁ ଦୁଃଖି ,ଅସହାୟ ଓ ନିଷ୍ପସିତ ଯଥାର୍ଥ ପ୍ରତିନିଧି । ‘ସମାଜ’ ଜନଆନ୍ଦୋଳନର ବାର୍ତ୍ତା ବହନ କରି ସମଗ୍ର ଓଡିଶାର ମୁଖପତ୍ର ଭାବେ ନିଜକୁ ଉତ୍ସର୍ଗ କରିପାରିଛି । ପୂଣ୍ୟାତ୍ମାଙ୍କ ନାମରେ ପ୍ରତିଷ୍ଠିତ ନର୍ସିଂ କଲେଜରେ ଅଧ୍ୟୟନରତ ପ୍ରତ୍ୟେକ ବିଦ୍ୟାର୍ଥୀ ବାସ୍ତବରେ ଭାଗ୍ୟବାନ ଅଟନ୍ତି ବୋଲି ଗୋପବନ୍ଧୁ ନର୍ସିଂ କଲେଜରେ ଅନୁଷ୍ଠିତ ଶପଥପାଠ ଉତ୍ସବରେ ରାଜ୍ୟସଭା ସାଂସଦ ସୁଭାସ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତ ପ୍ରକାଶ କରିଥିଲେ। ‘ସମାଜ’ ଓ ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ଗୋପବନ୍ଧୁ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଶପଥପାଠ କରାଇ ମୁଖ୍ୟ ଅତିଥି ସାଂସଦ ଶ୍ରୀ ସିଂହ କହିଥିଲେ ବିଦ୍ୟାର୍ଥୀମାନେ ରୋଗଗ୍ରସ୍ତ ମଣିଷର ହୃଦୟର ଭାଷାକୁ ବୁଝିପାରି ସେବା ଶୁଶ୍ରୁସା ଯୋଗାଇଦେଲେ ନିଜେ ସମାଜରେ ଭଲମଣିଷ ହେବା ସହିତ ରୋଗୀର ମୁହଁରେ ହସ ଫୁଟାଇପାରିବେ କହିବା ସହିତ ଗୋପବନ୍ଧୁ ଚିକିତ୍ସାଳୟର ଭିତ୍ତିଭୂମି ଅତ୍ୟନ୍ତ ଉପଯୋଗୀ ଥିବାରୁ ଏହାକୁ ଡାକ୍ତରୀଶିକ୍ଷା ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ସମଗ୍ର ଦେଶରେ ଉଦାହରଣ ପାଲଟିଛନ୍ତି ବୋଲି ଶ୍ରୀ ସିଂହ ମତପୋଷଣ କରିଥିଲେ।

- Advertisement -

ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଆଚାର୍ଯ୍ୟ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ସକାରାତ୍ମକ ମନୋଭାବ ଓ ସହଯୋଗ ପାଇଁ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ ଶିକ୍ଷାନୁଷ୍ଠାନ ଆଜି ଏଭଳି ସ୍ଥିତିରେ ପହଞ୍ଚି ପାରିଛି ବୋଲି କହିବା ସହିତ ପ୍ରତ୍ୟେକ ବିଦ୍ୟାର୍ଥୀ ଶପଥପାଠକୁ ବାସ୍ତବତାରେ ପରିଣତ କରିପାରିଲେ ଅନୁଷ୍ଠାନ ଗୌରବାନ୍ୱିତ ହୋଇପାରିବ। ଅଧ୍ୟୟନରତ ବିଦ୍ୟାର୍ଥୀ ପୁରାତନ ବିଦ୍ୟାର୍ଥୀଙ୍କ ପଦାଙ୍କ ଅନୁସରଣ କରିବାକୁ ଡଃ ଆଚାର୍ଯ୍ୟ କହିଥିଲେ। ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସଂପାଦକ ଡଃ ପ୍ରମୋଦ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ଅଧ୍ୟୟନରତ ବିଦ୍ୟାର୍ଥୀ ଗୋପବନ୍ଧୁ ଙ୍କ ସେବା, ତ୍ୟାଗ ଓ ତିତୀକ୍ଷା ଭାବନାରେ ନିଜକୁ ଗଢି ତୋଳିବାକୁ କହିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଉତ୍ସବରେ ପୌରହିତ୍ୟ କରି ନିସ୍ୱାର୍ଥପର କର୍ମଯୋଗୀ ସାଂସଦ ଶ୍ରୀ ସିଂହଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ। ସାଂସଦ ଶ୍ରୀ ସିଂହଙ୍କ ପରି ଭଲ ମଣିଷ ଆମପାଇଁ ପରଶମଣି ସଦୃଶ । ତାଙ୍କ ଆଗମନ ପ୍ରତିଷ୍ଠାନକୁ ଅଧିକ ରୁଦ୍ଧିମନ୍ତ ଓ ଶ୍ରୀବୃଦ୍ଧି ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ଶ୍ରୀ ରଥ କହିଥିଲେ। ବିଶିଷ୍ଟ ଚିତ୍ରଶିଳ୍ପୀ ଜ୍ଞାନ ରଥ ଓ ଭାବାନୀ ପ୍ରସାଦ ମିଶ୍ର ଅନ୍ୟତନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସେବାଭାବନାରେ ନିଜକୁ ଗଢିତୋଳିବା ପାଇଁ ଶପଥ ନେବାକୁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ରଥ ମୁଖ୍ୟ ଅତିଥି ସାଂସଦ ଶ୍ରୀ ସିଂହ ଓ ମୁଖ୍ୟବକ୍ତା ଡଃ ପ୍ରଭାସ ଆଚାର୍ଯ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ। ନର୍ସିଂ ବିଦ୍ୟାର୍ଥୀଙ୍କ ଦ୍ୱାରା ସଂଯୋଜିତ ଏହି ଉତ୍ସବରେ ନର୍ସିଂ କଲେଜର ଭାରପ୍ରାପ୍ତା ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଅନନ୍ୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories