www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁ ଜନତାଦଳ ପକ୍ଷରୁ ସଫେଇ ଓ ରକ୍ତଦାନ ଶିବିର

ଗୁରୁଡିଝାଟିଆ : ଆଠଗଡ ବିଜୁ ଜନତାଦଳ ପକ୍ଷରୁ ଧୁରୁଷିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବି ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ପରିସର ସଫେଇ କରିବା ସହିତ ଉପସ୍ଥିତ କର୍ମୀମାନଙ୍କୁ ରକ୍ତଦାନ, ସଫେଇ ଓ ସ୍ୱଚ୍ଛତା ଆଦି କ୍ଷେତ୍ରରେ ମନୋନିବେଶ କରିବା ନିମନ୍ତେ ଶପଥପାଠ କରାଇଥିଲେ । ସେହିଭଳି ଭାବରେ ଛଅଗାଁ ପଞ୍ଚାୟତର ଛଅଗାଁର ଉତ୍କଳମଣି ବିଦ୍ୟାପୀଠରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ଉଦଘାଟନ କରିବା ସହିତ ଉପସ୍ଥିତ ରକ୍ତାଦାତା ଓ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ବିଜେଡ ବ୍ଲକ ସଭାପତି ରବିନ୍ଦ୍ରନାଥ ରାଉତ ,ଗୋବାରା ସରପଞ୍ଚ ପ୍ରଭାତ ଥାଟୋଇ,କୁମାରପୁର ସରପଞ୍ଚ ଦୀପକ ଆଚାର୍ଯ୍ୟ, ସୁରଜିତ ଜେନା, ଶ୍ରୀକାନ୍ତ ନାୟକ, ସତ୍ୟପ୍ରିୟ ମହାନ୍ତି, ରାକେଶ ଦାସ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ରକ୍ତଦାତାଙ୍କୁ ସାଧୁବାଦ ଜଣାଇଥିଲେ। ଧୁରୁଷିଆରେ ଅନୁଷ୍ଠିତ ସଫେଇ କାର୍ଯ୍ରକ୍ରମରେ ସରପଞ୍ଚ ଯୋଗୀନାଥ ବେହେରା, ନିରକାର ଲେଙ୍କା, ଶ୍ରୀକର ଜେନା, ମନୋଜ ପ୍ରଧାନ, ବଟକିଶୋର ସେଠୀ ଓ ପ୍ରଧାନଶିକ୍ଷକ ବୈକୁଣ୍ଠନାଥ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories