www.samajalive.in
Saturday, December 13, 2025
18.1 C
Bhubaneswar

ସିମେଣ୍ଟ କମ୍ପାନୀ ପକ୍ଷରୁ ରାଜମିସ୍ତ୍ରୀ କର୍ମଶାଳା

ପାଟଣା : କେନ୍ଦୁଝର ଜିଲ୍ଲା  ଘଟଗାଁ ବ୍ଲକ ଢେଙ୍କିକୋଟର ଏମ.ଟି. ଟ୍ରେଡର୍ସ ପକ୍ଷରୁ ଡାଲମିଆଁ ସିମେଣ୍ଟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ରାଜମିସ୍ତ୍ରୀ କର୍ମଶାଳା ଢେଙ୍କିକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏମଟି ଟ୍ରେଡର୍ଶ ପକ୍ଷରୁ ଶଙ୍କର୍ଷଣ ସାହୁ, ରାଜକିଶୋର ସାହୁ ଓ ଦୁର୍ଗା ଶଙ୍କର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଡାଲମିଆଁ ସିମେଣ୍ଟ ପକ୍ଷରୁ କନିଷ୍ଠ ବୈଷୟିକ ସେବା ଯନ୍ତ୍ରୀ ରାଜେଶ ବେହେରା ଓ ଗୀତି ରଞ୍ଜନ ପାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସିମେଣ୍ଟର ଗୁଣବତ୍ତା, ସିମେଣ୍ଟ, ବାଲି, ଚିପ୍ସ ଆଦିର ମିଶ୍ରଣ ପଦ୍ଧତି, ନିର୍ମାଣ ସମୟର ଆବଶ୍ୟକତା ଆଦି ଉପରେ ସବିଶେଷ ନିର୍ମାଣ ସମ୍ବନ୍ଧୀୟ ବୈଷୟିକ ପରାମର୍ଶ ଦେଇଥିଲେ।ଏପରିକି ଉପଭୋକ୍ତାଙ୍କ ଡାଲମିଆଁ ସିମେଣ୍ଟ ବ୍ୟବହାରରେ ରାଜମିସ୍ତ୍ରୀ ମାନଙ୍କୁ ମିଳୁଥିବା ସ୍ଵତନ୍ତ୍ର ପ୍ରୋତ୍ସାହନ ସମ୍ପର୍କରେ ସୂଚନା ଦିଆଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories