www.samajalive.in
Thursday, December 11, 2025
16.1 C
Bhubaneswar

‘ମୟୂରଭଞ୍ଜ ହୋଇଥିଲେ ମାଡ଼ ବାଜିସାରନ୍ତାଣି’

କେନ୍ଦୁଝର : ଏକାଧିକ ଉନ୍ନୟନ କାର୍ଯ୍ୟର ଅଗ୍ରଗତିକୁ ଦେଖି ନିରାଶ ହୋଇଥିବା କେନ୍ଦ୍ର ଜଳଶକ୍ତି, ଜନଜାତି ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଏକ ସମୀକ୍ଷା ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଭର୍ତ୍ସନା କରିବା ସହ ତୁମେ କାହାର ଗୁଲାମ, ମୟୁରଭଞ୍ଜ ହୋଇଥିଲେ ମାଡ଼ ବାଜିସାରନ୍ତାଣି ବୋଲି କହିଥିଲେ। ଏହି ଘଟଣାକୁ ନେଇ ସମଗ୍ର ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ସମସ୍ତ ଶିଷ୍ଟାଚାର ଭୁଲି ଜଣେ କେନ୍ଦ୍ରମନ୍ତ୍ରୀ ଏହି ସରକାରୀ ବୈଠକରେ ଅସାମ୍ବିଧାନିକ, ଅଶାଳୀନ ତଥା କଦର୍ଯ୍ୟ ଶଦ୍ଦ ପ୍ରୟୋଗ କରିବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଅନ୍ୟପକ୍ଷରେ ଏହି ଅଶାଳୀନ ମନ୍ତବ୍ୟର ରେକର୍ଡିଂ ରବିବାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ଏ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ମଧ୍ୟ ପ୍ରଦାନ କରାଯାଉଛି ।
କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁ ଶୁକ୍ରବାର ସକାଳେ ଚମ୍ପୁଆ ଉପଖଣ୍ଡର କାନପୁର ବୃହତ ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟତୀତ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଓ ଦଳର ଏକାଧିକ ନେତା ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ଅଧିକାରୀଙ୍କ ଉପରେ ବର୍ଷିବାବେଳେ ଉପସ୍ଥିତ ନେତା ଓ ଅଧିକାରୀ ନିରବ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବତନ ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଏହାକୁ ନିନ୍ଦା କରିଛନ୍ତି। ବୈଠକରେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ଥିବାବେଳେ ମହିଳା ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଘଟଣା ଏବେ ଜିଲା ରାଜନୀତିକୁ ଚଳଚଞ୍ଚଳ କରିଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନାହାନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories