www.samajalive.in
Tuesday, December 9, 2025
16.1 C
Bhubaneswar

“ଗୋପବନ୍ଧୁ ଥିଲେ ଜାତୀୟବାଦୀ ଚେତନାର ମୂର୍ତ୍ତିମନ୍ତ ପ୍ରତୀକ” 

ରାଉରକେଲା : ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଜାତୀୟବାଦୀ ଚେତନାର ମୂର୍ତ୍ତିମନ୍ତ ପ୍ରତୀକ। ଛେଣ୍ଡ ସ୍ଥିତ ଗୋପବନ୍ଧୁ  ପାଠାଗାରର ‘ସତ୍ୟବାଦୀ’ ସଭାଗୃହରେ ଉତ୍କଳ ମଣି ଗୋପବନ୍ଧୁ  ଦାସଙ୍କ ୧୪୫ତମ ଜୟନ୍ତୀରେ ଯୋଗଦେଇ ବକ୍ତା ମାନେ ଏହା କହିଛନ୍ତି। ଗୋପବନ୍ଧୁଙ୍କର ମାତୃଭୂମି ଓ ମାତୃଭାଷା ପ୍ରୀତିର ପଟ୍ଟାନ୍ତର ନାହିଁ  ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପାଠାଗାରର  ଉପଦେଷ୍ଟା ସାମ୍ବାଦିକ ମିହିର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ବକ୍ତା ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡ. ସୁରେନ୍ଦ୍ର କୁମାର ବେହେରା ଗୋପବନ୍ଧୁଙ୍କ ଜନ୍ମ, ସଂଘର୍ଷମୟ ବାଲ୍ୟଜୀବନ, ଶିକ୍ଷା, ରାଜନୀତି, ସାହିତ୍ୟ ଚର୍ଚ୍ଚା ତଥା ସମାଜ ସେବାର ପ୍ରାଞ୍ଜଳ ଚିତ୍ର ପ୍ରଦାନ କରିବାସହ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଜାତୀୟତାର ସ୍ଫୁରଣ ହୋଇଥିଲା ବୋଲି ମତ ଦେଇଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷଙ୍କ ପ୍ରତି ତାଙ୍କର ସମଦୃଷ୍ଟି ଥିଲା । ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କର ଦୁର୍ବାର ଆକର୍ଷଣ ଯୋଗୁଁ ସେ ପ୍ରତିଷ୍ଠା କରିଥିଲେ ‘ସତ୍ୟବାଦୀ ବନବିଦ୍ୟାଳୟ’ । ସେ ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବାସହ କର୍ମ ଭିତ୍ତିକ ଶିକ୍ଷାକୁ ଗୁରୁତ୍ବ ଦେଉଥିଲେ । ସମ୍ମାନୀତ ବକ୍ତା ବିଶିଷ୍ଟ ସମାଜସେବୀ, ଶ୍ରମିକ ନେତା ବିଷ୍ଣୁ ମହାନ୍ତି ତାଙ୍କ ଅଗ୍ନିବର୍ଷୀ ଭାଷଣରେ ଗୋପବନ୍ଧୁଙ୍କର ମାନବବାଦୀ ଚିନ୍ତାଧାରା ଓ ସାମ୍ୟବାଦୀ ଦୃଷ୍ଟିଭଙ୍ଗୀ କିପରି ତାଙ୍କର ପ୍ରତ୍ୟେକ କାର୍ଯ୍ୟଧାରା ଓ ସାହିତ୍ୟ ରଚନାରେ ଫୁଟି ଉଠିଥିଲା ବୋଲି  ବର୍ଣ୍ଣନା କରିବା ସହ ଦେଶର ସାମ୍ପ୍ରତିକ ଦୁଃସ୍ଥିତିରେ ଗୋପବନ୍ଧୁଙ୍କ ପରି ଜଣେ ଜନନେତାଙ୍କର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶ୍ବାୟନ ନାମରେ ସରକାରଙ୍କ ତୃଟିପୂର୍ଣ୍ଣ ଘରୋଇକରଣ ନୀତି ଯୋଗୁଁ ଆଜି କିପରି କୃଷକ ତଥା ସାଧାରଣ ଜନତାଙ୍କର ଜୀବନ ଓ ଜୀବିକା ଦୁର୍ବିସହ ହୋଇ ପଡ଼ିଛି ବର୍ଣ୍ଣନା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ  ବିମଳ କୁମାର ବିଶି ଗୋପବନ୍ଧୁଙ୍କ ସ୍ମୃତି ଚାରଣ ସହ ରାଉରକେଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ଗୋପବନ୍ଧୁଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ଓ ପ୍ରଦ୍ବୀପ ପ୍ରଜ୍ଜ୍ବଳନ ପରେ ପାଠାଗାରର ଦିବଂଗତ ସଦସ୍ୟ ଗଙ୍ଗାଧର ନାୟକଙ୍କ ସ୍ମୃତିରେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭାପତି ମିହିର ରାୟ ସ୍ବାଗତ ଭାଷଣ ସହ ଗୋପବନ୍ଧୁ  ପାଠାଗାରର ସ୍ଥାପନା ସମୟର ସ୍ମୃତି ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପାଠାଗାର ସଂପାଦକ ଡଃ ଗିରିଜା ଗୋସ୍ୱାମୀ  ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ବିଶ୍ବନାଥ ଜେନା ଧନ୍ୟବାଦ ଦେଇଥିଲେ । କୋଷାଧ୍ୟକ୍ଷ ଲକ୍ଷ୍ମଣନାଥ ଦାସ ମଞ୍ଚ ପରିଚାଳନା କରିଥିଲେ।
ସକାଳେ ପାଠାଗାର ସମ୍ମୁଖସ୍ଥ ପ୍ରତିମୂର୍ତ୍ତି ଏବଂ ଗୋପବନ୍ଧୁ  ନଗର ପ୍ରାରମ୍ଭରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସଭ୍ୟମାନେ ମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟ କ୍ରମରେ ସର୍ବଶ୍ରୀ ହରିହର ଶତପଥି, ଗଜେନ୍ଦ୍ର ପ୍ରସାଦ ବାରିକ, ବିଭୂତି ଭୂଷଣ ଦାସ ରାଜକୁମାର ମହାନ୍ତି, ହରିହର ନାୟକ, ସୁଶାନ୍ତ ନାୟକ, ସୁଦର୍ଶନ ସାହୁ, କୈଳଶ ସାମଲ, ସୁରେନ୍ଦ୍ର କୁମାର ପଣ୍ଡା, କିଶୋରୀ ମୋହନ କର, ଝୁଲଣ ଜେନା, ଞାନେନ୍ଦ୍ର କୁମାର ରାୟ, ବୈକୁଣ୍ଠ ସାହୁ ପ୍ରମୁଖ ସହାୟତା କରିଥିଲେ l ଗଦାଧର ରଥ, ଶରତଚନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ଭୂମିଜ, ପ୍ରଭାକର ସାହୁ, ଗୁରୁ ଚରଣ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ଜେନା, ରାଧାମୋହନ ନାୟକ, ବିଜୟ କୁମାର ବରାଳ,  ରବୀନ୍ଦ୍ର କୁମାର ପଣ୍ଡା, ଭୀମସେନ ସାହୁ, ଗଜେନ୍ଦ୍ର ସାହାଣୀ, ଜଗଦୀଶ ବ୍ରହ୍ମା, ଗୋପାଳ ପ୍ରସାଦ ଜେନା, ପୁରୁଷୋତ୍ତମ ରାଉତ, ମିନ ଚନ୍ଦ୍ର ରାଉତରାୟ, ସ୍ବପନ କୁମାର ପାଣି, ନିରଞ୍ଜନ ଦାସ,  ମାଥିଆସ ଲାକଡା, ବିଜୟ କେଶରୀ ଭଂଜ, ଅଦ୍ବୈତ ପ୍ରସାଦ ଉପାଧ୍ୟାୟ, ଅଶୋକ କୁମାର ଶୁକ୍ଳ, ବିଜୟ କୁମାର ପାଳ, ଆର୍.ପରିଡ଼ା, ଏଚ୍.ଏଲ୍. ସାହୁ, ମଙ୍ଗରାଜ ମହାଳିକ, ଚନ୍ଦନ ସୂତାର, ଶୁଭମ୍ ମହାପାତ୍ର, କୈଳାସ ବେହେରା, ବିଶ୍ବଜିତ ଘୋଷ ପ୍ରମୁଖ ଯୋଗ ଦେଇ ଥିଲେ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories