www.samajalive.in
Sunday, December 14, 2025
19.1 C
Bhubaneswar

ଅତାବିରା ବ୍ଲକରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

 

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ  ଜାଙ୍ଗେଡ଼ ଗ୍ରାମରେ ଆଜି ଆଥେଲେଟିକ ଆସୋସିଏସନ ପକ୍ଷରୁ ୪୬ତମ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି  ଟୁର୍ଣ୍ଣାମେଣ୍ଟରେ  ଅମଲିପାଲି, ଟିକିରାପଡ଼ା,ବଡ଼ମାଳ, ସୁଢାପାଲି, ନୂଆ ବାଟିମୁଡ଼ା,ଚାରପାଲି, ଗୌରଟିକିରା ଓ ଧମା  ଆଦି ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ ।ଏଥିମଧ୍ୟରୁ  ବାଟିମୁଡା ଓ ବଡ଼ମାଳ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଶେଷରେ  ୧-୦ ଗୋଲ ବ୍ୟବଧାନରେ ବାଟିମୁଡ଼ା ରେ ବିଜୟୀ ହୋଇଥିଲେ।ଆଜିର ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ  ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ସଂସାର ପଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଦୁର୍ଗାପ୍ରସାଦ ଭୋଇ,ମହାଦେବ ଭୋଇ, ଡୋଲାମନି ଗୁରୁ,ୱାର୍ଡ ମେମ୍ବର ଲକ୍ଷପତି ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପର୍ଶୁରାମ ସାହୁ ଯୋଗ ଦେଇ  ଜୀବନରେ ସ୍ବାସ୍ଥ୍ୟ ପାଇଁ ଖେଳର ଭୂମିକା ବିଷୟରେ ଖେଳାଳି ମାନଙ୍କୁ ଆଲୋକପାତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ  ସନ୍ତୋଷ ପ୍ରଧାନ,ସନ୍ତୋଷ  ଗଡତିଆ,ଲୋକନାଥ ବାରିକ୍,ଖିରେଶ୍ୱର୍ ସାହୁ,ପଙ୍କଜ ମିର୍ଦ୍ଧା, ହଜାରୁ ଷଣ୍ଢ ଓ ମନୋଜ ଡନସନା ଖେଳ ପରିଚାଳନା କରିଥିଲେ । ସୁନା ନାଏକ,ଗୁଣନିଧି ଭୁଏ,ରଜତ ନାଏକ,ଭିକି ସାହୁ,ଦେବେନ୍ଦ୍ର ସେଠ,ବଳରାମ  କରାଲି,ଜିତେନ୍ଦ୍ର ସେଠ ଓ ରାଜେଶ୍ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।ବିଜୟୀ ଦଳକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories