ଲକ୍ଷ୍ମୀପୁର: ଏହି ବ୍ଲକର କୁଟିଙ୍ଗା ପଞ୍ଚାୟତ ତିନୋଟି ଗ୍ରାମରେ ବର୍ଣ୍ଣବୋଧ ସହିତ ଖେଳ ଉପକରଣ ସମାଜ ସେବୀ ଗୋପେଶ୍ଵର ଗରଡାଙ୍କ ପକ୍ଷରୁ ବଣ୍ଟନ କରାଯାଇଛି । ଏହି ପଞ୍ଚାୟତ ଅନ୍ତର୍ଗତ ଧାମନଗଣ୍ଡା, ତଳକୁଟିଙ୍ଗା ଓ ଉପର କୁଟିଙ୍ଗା ଗ୍ରାମରେ ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୭୬ ପିଲାମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଛି । ସେହିପରି ୪ର୍ଥ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ୧୪୦ ଜଣଙ୍କୁ ପେନ, ଖାତା ସହିତ ୪୦ଟି ଟେନିସ୍ କ୍ରିକେଟ ବଲ ଓ ୨ଟି ଫୁଟବଲ୍ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁର୍ବତ୍ତନ ସାଂସଦ ଝିନ ହିକକାଙ୍କ ସମେତ ସୁବାସ ମାଝି, ବେଣୁ ସୁଚେନ, କୃଷ୍ଣ ତୁରୁକ୍, ସଂଜୀବ ମିଣିଆକା ଟିମା ମିଣିଆକା ପ୍ରମୁଖ ଉପସ୍ଥିତ ଥିଲେ। ପିଲାମାନେ ଉତ୍ସାହର ସହିତ ଏହାକୁ ଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ଏହିକି ଏହି ସବୁ ଉପକରଣ ଓ ବର୍ଣ୍ଣବୋଧ ଶ୍ରୀ ଗରଡାଙ୍କ ପକ୍ଷରୁ ନିୟମିତ ଭାବେ ବିଭିନ୍ନ ଗ୍ରାମରେ ବଣ୍ଟନ କରାଯାଉଛି।
Popular Categories



