www.samajalive.in
Saturday, December 13, 2025
26.1 C
Bhubaneswar

ସୁସ୍ଥ ସମାଜ ଗଠନ ଦିଗରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର (ୱେବିନାର୍) ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରମୁଖ ପ୍ରାକ୍ତନ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା ଅଧ୍ୟାୟନରତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏକ ସୁସ୍ଥ ସମାଜ ଗଠନ ଦିଗରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ପ୍ରତିପାଦନ କରାଯିବା ସହ କିପରି ସମସ୍ତେ ସମ୍ମିଳିତ ଓ ଏକତ୍ରିତ ଭାବେ କାର୍ୟ୍ୟ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ।

ଉତ୍କଳ ବିଶ୍ଵବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ  ଏହି ୱେବନାରରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ମାନସିକ ସ୍ୱାସ୍ଥ୍ୟ ଦିବସର ମୁଖ୍ୟ ବିଷୟବସ୍ତୁ ’ଏକ ଅସମ ସମାଜରେ ମାନସିକ ସ୍ୱାସ୍ଥ୍ୟ’ ଉପରେ ନିଜ ମତାମତ ପ୍ରକାଶ କରିଥିଲେ। ସେ ସମାଜରେ ଜାତି, ଧର୍ମ ତଥା ଶ୍ରେଣୀଗତ ପକ୍ଷପାତିତା ଓ ତତ୍ ସମ୍ପର୍କିତ ପ୍ରତିକୂଳତା ସମ୍ପର୍କରେ ଆଲୋଚନା କରିବା ସହିତ ସମାଜର ସାଂଗଠନିକ ବିଭେଦତା କିପରି ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।
କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ମୁମ୍ବାଇସ୍ଥିତ ପ୍ରଖ୍ୟାତ ନୈଦାନିକ ମନସ୍ତତ୍ତ୍ୱବିତ୍ ଡ଼. ସୁଷମା ମେହେରୋତ୍ରା ଯୋଗ ଦେଇଥିଲେ।  ଡ଼. ସୁଷମା ସଂପ୍ରତି ସମାଜରେ ମାନସିକ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ।  ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ପ୍ରାପ୍ତିରେ ପ୍ରଭେଦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଅସମାନତାର ପ୍ରମୁଖ କାରଣ ହୋଇଥିବା ସେ କହିଥିଲେ। ସେ ପୋଷ୍ଟ ଟ୍ରଉମାଟିକ୍ ଷ୍ଟ୍ରେସ୍ ଡିଜର୍ଡର ଓ ଇ.ଏମ୍.ଡି.ଆର୍ ଥେରାପି ସମ୍ପର୍କିତ ନିଜର ଅଭିଜ୍ଞତା ପ୍ରତିପାଦନ କରିଥିଲେ । ସମାଜରେ କ୍ରମବର୍ଦ୍ଧିଷ୍ଣୁ ମାନସିକ ସ୍ୱାସ୍ଥ୍ୟ ଜନିତ ସଂକଟାବସ୍ଥା , ଲୋକଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ମନୋଭାବ ଓ ପ୍ରତିକାର ବିଷୟରେ ୱେବିନାର୍ ରେ ସମୀକ୍ଷା କରାଯାଇଥିଲା। ଏକ ଅସମ ସମାଜରେ ସମସ୍ତେ କିପରି ପକ୍ଷପାତିତା ଓ ମାନସିକ ସମସ୍ୟା ପ୍ରତି ଥିବା ରୂଢ଼ିବାଦୀ ମନୋଭାବରୁ ବିରତ ରହି ଅଧିକରୁ ଅଧିକ ସକାରାତ୍ମକତା ଦିଗରେ ଅଗ୍ରସର ହୋଇପାରିବେ ସେ ବିଷୟରେ ପ୍ରାଧାନ୍ୟ ଦିଆଯାଇଥିଲା।
ଉତ୍କଳ ବିଶ୍ଵବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗର ପ୍ରାକ୍ତନ ଅଧ୍ୟାପିକା ତଥା କିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମେରିଟସ୍ ପ୍ରଫେସର ନମିତା ମହାନ୍ତି ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପ୍ରତିପାଦନ କରିବା ସହିତ ତତ୍ ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ମତାମତ ପ୍ରକାଶ କରିଥିଲେ। ଚେତନା କଲେଜ ଅଫ୍ ସ୍ପେସିଆଲ୍ ଏଜୁକେଶନ୍ , ଭୁବନେଶ୍ୱରର ଅଧ୍ୟାପକ ପ୍ରଫେସର ବସନ୍ତ କୁମାର୍ ଦାସ ସମାଜରେ ପ୍ରଚଳିତ ନକରାତ୍ମକ ମାନସିକତା ବିଷୟରେ ମତ ପ୍ରକାଶ କରିଥିଲେ ।
ମନସ୍ତତ୍ତ୍ୱ ବିଭାଗ ମୁଖ୍ୟା ପ୍ରଫେସର ଭାସ୍ବତୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ତଥା ସମ୍ମାନିତ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ କରିଥିଲେ।ସେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନର ପ୍ରାଧାନ୍ୟ ଓ ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ଏ ଦିଗରେ କିପରି ସଚେତନତା ସୃଷ୍ଟି କରାଯାଇପାରିବ ସେ ବିଷୟରେ ସଂକ୍ଷେପରେ ଆଲୋଚନା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories