www.samajalive.in
Saturday, December 6, 2025
15.1 C
Bhubaneswar

ରୁଷ୍‌ରେ ୨୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ମସ୍କୋ ସମୟାନୁସାରେ ସକାଳ ପ୍ରାୟ ୯ଟା ୨୩ ମିନିଟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ୨୧ ଜଣ ପାରାଚ୍ୟୁଟ୍‌ ଡାଇଭରଙ୍କ ସମେତ ମୋଟ୍‌ ୨୩ ଜଣଙ୍କୁ ନେଇ ଯାଉଥିବା ଏଲ୍‌-୪୧୦ ଟର୍ବୋଲେଟ୍‌ ବିମାନ ଟାଟାରସ୍ତାନର ମେନଜେଲିନ୍‌ସ୍କ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଥିବା ୨୩ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କୁ ବିମାନର ଭଗ୍ନାବଶେଷ ମଧ୍ୟରୁ ଗୁରୁତର ଅବସ୍ଥାରେ ଜୀବନ୍ତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories