www.samajalive.in
Saturday, December 13, 2025
26.1 C
Bhubaneswar

ବୁର୍ଲାରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ବୁର୍ଲା : ବୁର୍ଲା ସହରରେ ଦୀନଦରିଦ୍ରଙ୍କ ସାଥି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ ହୋଇଯାଇଛି। ବୁର୍ଲା ଗୋପବନ୍ଧୁ ଛକସ୍ଥିତ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଉପସ୍ତିତ ସଚେତନ ବର୍ଗ ଉତ୍କଳମଣୀଙ୍କ ଗୋପବନ୍ଧୁ ଦାସଙ୍କ ଜୀବନି ଉପରେ ସଦସ୍ୟ ମାନେ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ରଖି ତାଙ୍କର ନିତି ତଥା ଆଦର୍ଶକୁ ଅନୁସରଣ କରିବା ପାଇଁ ବଚନବଦ୍ଧ ହୋଇଥିଲେ। ଗୋପବନ୍ଧୁ ଯେଉଁ ଆଦର୍ଶ ବାଣି ରହିଛି ଯଦିବା ତାକୁ ଅକ୍ଷରେ ଅକ୍ଷରେ ଆମେ ପାଳନ କରିବା ତା ହାଲେ ଓଡ଼ିଶା ଏକ ସୁବର୍ଣ୍ଣ ଓଡ଼ିଶାରେ ରୁପାନ୍ତରିତ ହେବ ବୋଲି ସୁଚିନ୍ତିତ ମନ୍ତବ୍ୟ ରଖିଥିଲେ। ମାତ୍ର ଏ ସମସ୍ତ ଠାରୁ ଉଦ୍ଧ୍ୱର୍ରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଚିନ୍ତାଧାରା ଏବଂ ଆଦର୍ଶ ରହିଥିବା ତେଣୁ ଏହାକୁ ପାଥେୟ କରି ସାମାଜିକ କର୍ମ କରିବା ପାଇଁ ଉପସ୍ତିତ ଶୁଦ୍ଧିବୃନ୍ଦ ଶପଥ ନେଇଥିଲେ।

 

- Advertisement -

ଉତ୍କଳମଣୀ ଏକାଧାରାରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ, କବି ଏବଂ ସାମ୍ବାଦିକତା ଜଗତର ମୌଡ଼ମଣି। ବୁର୍ଲା ସମାଜର ସାମ୍ବାଦିକ ପ୍ରଣବାନନ୍ଦ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଜୟନ୍ତି ପାଳନ କାର୍ଯ୍ୟକ୍ରମରେ ଉତ୍କଳମଣୀ ଗୋପବନ୍ଧୁ ସଙ୍ଗଠନର ନରେନ୍ଦ୍ର କୁମାର ପରିଡ଼ା, ବୁର୍ଲା ବିଜେପି ମଣ୍ଡଳ ପୁର୍ବତନ ସଭାପତି ନମ୍ରସକାନ୍ତ ପଟ୍ଟନାୟକ, ବୁର୍ଲା ନଗର କଂଗ୍ରେସର ପୁର୍ବତନ ସଭାପତି ବରିଷ୍ଠ ନେତା ଶିବଶଙ୍କର ଦଲାଇ, ବୁର୍ଲା ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ ଲାମା, ୟୁଥ ଏଗେନଷ୍ଟ କରପସନର ସଭାପତି ପ୍ରଭାସ ପୃଷେଠ୍, ବରିଷ୍ଠ ନାଗରିକ କୃଷ୍ଣ ନନ୍ଦ, ବିରଞ୍ôଚ ମହାପାତ୍ର, ରଶ୍ମୀରଞ୍ଜନ ପଶୁପାଳକ, ବୁର୍ଲା ବିଜେଡ଼ି ପୁର୍ବତନ ନଗର ସଭାପତି ଗୋକୁଳି ରାଉତ, ଶେଖର ପ୍ରଧାନ, ମଣ୍ଟୁ ସିଂ, ଜାନେମନ ମହାନନ୍ଦଙ୍କ ସମେତ ଅନ୍ୟାନ୍ୟ ମାନେ ଉପସ୍ତିତ ରହି ଉତ୍କଳମଣୀଙ୍କୁ ଭକ୍ତିଭାବାପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories