www.samajalive.in
Saturday, December 13, 2025
21.1 C
Bhubaneswar

ଚାଟଶାଳୀ ଗୁରୁଙ୍କ ପରଲୋକ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ଚାଟଶାଳୀ ଗୁରୁ ତଥା ଭାଗବତ ପ୍ରେମୀ ରଘୁନାଥ ରାଉତ(୯୩) ଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ ଗୁରୁବାର ପରଲୋକ ହୋଇଯାଇଛି। ଯେତେବେଳେ ଗ୍ରାମରେ ବିଦ୍ୟାଳୟ ନଥିଲା ସେହି ସମୟରୁ ଦୀର୍ଘସମୟ ଧରି ସ୍ୱର୍ଗତ ରାଉତ ଚାଟଶାଳୀରେ ପିଲାମାନଙ୍କୁ ଶିକ୍ଷାଦାନ କରିଥିବାରୁ ସିଏ ଚାଟଶାଳୀ ମାଷ୍ଟ୍ରେ ଭାବେ ପରିଚିତ ଥିଲେ। ସେ ଜଣେ ଭାଗବତ ପ୍ରେମୀ ଭାବେ ପ୍ରତିଦିନ ସନ୍ଧ୍ୟାରେ ଅନେକ ଲୋକଙ୍କ ଉପସ୍ଥିତିରେ ଭାଗବତ ଚର୍ଚ୍ଚା କରୁଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ଓ କର୍ମଠ ଥିଲେ। ତାଙ୍କ ପରଲୋକରେ ରାଜନଗର ଓ ନିକଟବର୍ତ୍ତି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୂ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ବଡପୁଅ ଚିତ୍ତରଞ୍ଜନ ମୁଖାଗ୍ନୀ ଦେଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories