www.samajalive.in
Friday, December 12, 2025
26.1 C
Bhubaneswar

ଜଙ୍ଗଲୀ ଘାଟି ରାସ୍ତାରେ ଦୋଳାରେ ବୁହା ହେଲେ ଗର୍ଭବତୀ

ପାତ୍ରପୁର : ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଠଣା ଗ୍ରାମର ଜଣେ ଗର୍ଭବତୀ ଆଜି ଦୋଳାରେ ବୁହା ହୋଇ ଡାକ୍ତରଖାନା ଯାଇଥିବା ଜଣାଯାଇଛି । ଗ୍ରାମର ଭାସ୍କର କାର୍ଯୀଙ୍କ ପତ୍ନୀ ପ୍ରମିଳା କାର୍ଯ୍ୟିଙ୍କ ଆଜି ସକାଳେ ଗର୍ଭ ବେଦନା ହୋଇଥିଲା। ଫଳରେ ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ବାଣିଆଖାଲ ପର୍ଯ୍ୟନ୍ତ ଜଙ୍ଗଲ ଘାଟି ରାସ୍ତାରେ ଦୋଳା(ସାଙ୍ଗୀ ଭାର)ଯୋଗେ ବୋହି ଆଣି ଥିଲେ। ସେଠାରୁ ଏକ ଅଟୋ ଭଡା କରି ଜରଡା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗ୍ରାମଟି ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମକୁ ସୁରଙ୍ଗୀ ମନ୍ଦରଡ। ରାସ୍ତାର ଷୋଳଭାଗ ପେଣ୍ଠ ନିକଟରୁ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ସେହି ରାସ୍ତାରେ ଡାକ୍ତର ଖାନା ପ୍ରାୟ କୋଡିଏ କିଲୋମିଟର ଦୂରତା ହେଉଛି। ତେବେ ଗ୍ରାମ ଠାରୁ ଜରଡା ତିନି କିଲୋମିଟର ଦୂର ହୋଇଥିବା ବେଳେ ନିର୍ମାଣ ଚାଲିଥିବା ରାସ୍ତା ଜରଡ। କୁ ସଂଯୋଗ ହେବ ଲକ୍ଷ ରହିଛି। ଗ୍ରାମର ଦୁଇ ଉତ୍ସ।ହୀ ଯୁବକ ଯୁକ୍ତ ତିନି ଛାତ୍ର ଦିନବନ୍ଧୁ ଡାକୁଆ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ମନୋରଞ୍ଜନ ବଡମୁଣ୍ଡି ତାଙ୍କୁ ପାହାଡ଼ ତଳ ତିନିକିଲୋମି ବୋହି ଆଣିଥିଲେ।*

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories