www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦି ଅବଶିଷ୍ଟ ବିଶ୍ୱ ପାଇଁ ପ୍ରେରଣା- ଡେନମାର୍କ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଶିଷ୍ଟ ବିଶ୍ୱ ପାଇଁ ପ୍ରେରଣା । ୧ ନିୟୁତ ପରିବାରକୁ ସ୍ୱଚ୍ଛ ଜଳ ଏବଂ ଅକ୍ଷୟ ଶକ୍ତି ଯୋଗାଇଦେବାକୁ ରଖିଥିବା ସୁଦୂରପ୍ରସାରୀ ଲକ୍ଷ୍ୟ ପାଇଁ ସେ ଜଣେ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ । ସଂପ୍ରତି ଭାରତ ଗସ୍ତରେ ଥିବା ଫ୍ରେଡେରିକସେନ କହିଛନ୍ତି ଯେ ଡେନମାର୍କ ଗସ୍ତ କରିବାକୁ ମୋଦି ତାଙ୍କ ଆମନ୍ତ୍ରଣ ରକ୍ଷା କରିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଭାରତ ଓ ଡେନମାର୍କ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ନିୟମ ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ଉପରେ ବିଶ୍ୱାସ କରନ୍ତି ଏବଂ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ କିଭଳି ପରିବେଶ ଅନୁକୂଳ ଅଭିବୃଦ୍ଧି ଏବଂ ସବୁଜ ରୂପାନ୍ତରଣ ଏକ ସମୟରେ ସମ୍ଭବ ହୋଇପାରିବ, ତାହାର ଏକ ବଳିଷ୍ଠ ଉଦାହରଣ ହୋଇଛି ।
ଏଠାରେ ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ଡେନମାର୍କ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋଭିଡ-୧୯ ମହାମାରୀ ସମୟରେ ଭାରତ ଓ ଡେନମାର୍କ ସେମାନଙ୍କ ମଧ୍ୟରେ ସହଯୋଗ ଜାରି ରଖିଛନ୍ତି । ସେମାନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ଅବସରରେ ସେମାନେ ଦୁଇ ଦେଶ ମଧ୍ୟରେ ଏକ ପରିବେଶ ଅନୁକୂଳ କୌଶଳାତ୍ମକ ସହଭାଗିତା ସ୍ଥାପନ କରିବାକୁ ସ୍ଥିର କରିଥିଲେ । ଆଜି ସେମାନେ ତାହାର ସମୀକ୍ଷା କରିବା ସହିତ ସେ ସମ୍ପର୍କରେ ନିଜର ପ୍ରତିବଦ୍ଧତାକୁ ଦୋହରାଉଛନ୍ତି । ସୂଚନାଯୋଗ୍ୟ ଯେ ଡେନମାର୍କ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ କରିଥିଲେ । ଫ୍ରେଡେରିକସେନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories