www.samajalive.in
Thursday, December 11, 2025
16.1 C
Bhubaneswar

ଜୀବନ ସୁରକ୍ଷା ସହିତ ସମ୍ପତ୍ତି ସୃଷ୍ଟିର ସୁଯୋଗ

ମୁମ୍ବଇ : ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ), ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ଏବଂ ଦାଇ-ଇଚି ଲାଇଫର ଏକ ମିଳିତ ଉଦ୍ୟୋଗ ଏସୟୁଡି ଲାଇଫ ଏକ ନୂଆ ଉତ୍ପାଦ ଇ-ୱେଲ୍‍ଥ ରୟାଲକୁ ଚଳିତ ଅକ୍ଟୋବର ୭ ତାରିଖ ଦିନ ଗୋଆରେ ଆୟୋଜିତ ଏକ ଉତ୍ସବରେ ପ୍ରଚଳନ କରିଛି । ଷ୍ଟାର ଦାଇ-ଇଚି ଲାଇଫ ଇନସ୍ୟୁରାନ୍ସ (ଏସୟୁଡି ଲାଇଫ)ର ଏମଡି ଏବଂ ସିଇଓ ଅଭୟ ତିୱାରୀ ଏହି ଉତ୍ପାଦର ଶୁଭାରମ୍ଭ କରାଇଥିଲେ । ଇ-ୱେଲ୍‍ଥ ରୟାଲ ଏକ ୟୁନିଟ ଲିଙ୍କଡ ଅଣ ଅଂଶଗ୍ରହଣକାରୀ, ବ୍ୟକ୍ତିଗତ ଜୀବନ ବୀମା ଯୋଜନା ଯାହା ଜଣଙ୍କୁ ତାଙ୍କର ନିଜସ୍ୱ ସର୍ତ୍ତ ମୁତାବକ ସଂପତ୍ତି ସୃଷ୍ଟି ନିମନ୍ତେ ନମନୀୟତା ପସନ୍ଦ କରିବା ସହିତ ଲାଇଫ କଭର ଯୋଗାଇ ଦେଉଛି । ଏହି ଉତ୍ପାଦ ଜଣଙ୍କୁ ଏକ ପ୍ଲାଟିନମ ଅଥବା ପ୍ଲାଟିନମ ପ୍ଲସ ବାଛିବାର ନମନୀୟତା ପ୍ରଦାନ କରୁଛି ଯେଉଁଥିରେ ମୃତ୍ୟୁ, ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବରେ ଅକ୍ଷମ ହୋଇଯିବା କ୍ଷେତ୍ରରେ ପ୍ରିମିୟମ ଛାଡର ଅନ୍ତଃନିର୍ମିତ ବ୍ୟବସ୍ଥା ରହିଛି । ଏଥିସହିତ ଜଣେ ପରବର୍ତ୍ତୀ ସମୟରେ ପ୍ରିମିୟମ ପୈଠର ଅବଧି (ପିପିଟି) ଏବଂ ପଲିସି ଅବଧି ବୃଦ୍ଧି କରିବାର ଐଛିକ ସୁବିଧା ମଧ୍ୟ ପାଇପାରିବେ । ଉତ୍ପାଦର ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଜଣେ ଚାହିଁଲେ ନମନୀୟ ନିବେଶ କୌଶଳକୁ ବାଛିପାରିବେ । ସେଥିମଧ୍ୟରେ ରହିଛି ଆତ୍ମ ପରିଚାଳିତ ନିବେଶ କୌଶଳ ଏବଂ ବୟସ ଆଧାରିତ ନିବେଶ କୌଶଳ । ପ୍ରଥମଟି କ୍ଷେତ୍ରରେ ଜଣେ ବ୍ୟକ୍ତିଗତ ଆପଦାବଳୀ ସଂଯୁକ୍ତ ନିଜ ପସନ୍ଦ ମୁତାବକ ଫଣ୍ଡ୍‍ ବାଛିପାରିବେ ଏବଂ ଦ୍ୱିତୀୟ କୌଶଳ ବୟସ ଆଧାରରେ କରାଯାଇପାରିବ ଏବଂ ସେଥିରେ ସମୟ ଭିତ୍ତିରେ ପୁନଃ ଭାରସାମ୍ୟ ରଖାଯାଇପାରିବ ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories