www.samajalive.in
Saturday, December 13, 2025
26.1 C
Bhubaneswar

ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା ଇଛାଶକ୍ତି ଜାଗ୍ରତ ଉପରେ ପ୍ରାଧାନ୍ୟ

ଭୁବନେଶ୍ୱର : ଯୁବ ପ୍ରାଦ୍ୟୋଗିକିକୁ ତ୍ୱରାନ୍ୱିତ କରିବା ଦିଗରେ ନିବେଶ କରିବା ଏବଂ ସାମୟିକ ନିଯୁକ୍ତି ଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବାର ଆବଶ୍ୟକତାକୁ ଉପଲବ୍ଧ କରି ଦେଶର ଅନ୍ୟତମ ଅଗ୍ରଣୀର ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରି କରୁଥିବା କମ୍ପାନୀ ଆମୱେ ଇଣ୍ଡିଆ ସଂପ୍ରତି ଆମ୍‍ୟଙ୍ଗ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଏହି ପର୍ଯ୍ୟାୟରେ ଆମୱେ ୪୦୦ରୁ ଅଧିକ ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କ ନିକଟରେ ପହଞ୍ଚି ୧୨ ମାସ ଧରି ଏକାଧିକ ତାଲିମ ଭିତ୍ତିକ କର୍ମଶାଳା ଜରିଆରେ ସେମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଇଛାଶକ୍ତି ଜାଗ୍ରତ କରିବା ଦିଗରେ ସେମାନଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି । ଏହି ସମସ୍ତ ପ୍ରୟାସ ଜରିଆରେ ଆମୱେ ଇଣ୍ଡିଆ ମହିଳା ଓ ଯୁବବର୍ଗଙ୍କୁ ସଦା ପରିବର୍ତ୍ତନଶୀଳ ସାମାଜିକ ଗଣମାଧ୍ୟମ ପରିବ୍ୟବସ୍ଥା ମଧ୍ୟରେ ସେମାନଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା ଆହରଣ ଓ ସୁଯୋଗ ଯୋଗାଇଦେବ ଏବଂ ସେମାନଙ୍କୁ ସେମାନଙ୍କ ଆଗ୍ରହକୁ ଆଗେଇନେବା ତଥା ତାହାକୁ ସେମାନଙ୍କର ସଫଳ ବ୍ୟବସାୟିକ ଉଦ୍ୟୋଗରେ ପରିଣତ କରିବା ଦିଗରେ ସହାୟତା କରିବ ।
ଶୁଭାରମ୍ଭ ଅବସରରେ ଆମୱେ ଇଣ୍ଡିଆ ପୂର୍ବ ଓ ପଶ୍ଚିମାଞ୍ଚଳର ସିନିୟର ଭାଇସ ପ୍ରେସିଡେଣ୍ଟ ଚନ୍ଦ୍ରଭୂଷଣ ଚକ୍ରବର୍ତ୍ତୀ କହିଥିଲେ, ଏହି ବର୍ଦ୍ଧିତ ଡିଜିଟାଲ ବିଶ୍ୱରେ ଆମର ପ୍ରତ୍ୟକ୍ଷ ବିକ୍ରେତାମାନେ ହେଉଛନ୍ତି ଆମର ବ୍ରାଣ୍ଡ୍‍ ଆମ୍ବାସାଡର । ପ୍ରୋଜେକ୍ଟ ଆମ୍‍ୟଙ୍ଗକୁ ନେଇ ଆମେ ଆମର ୩୫ ବର୍ଷରୁ କମ୍‍ ବୟସ ବର୍ଗର ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ବର୍ଦ୍ଧିତ ବ୍ୟବସାୟିକ ଧାରା ସହିତ ସେମାନଙ୍କର କୁଶଳତାକୁ ସମକକ୍ଷ କରିବା ଦିଗରେ ସହାୟତା କରୁଛୁ । ଅଭିଜ୍ଞ ମାର୍ଗଦର୍ଶକଙ୍କ ସହିତ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଏହି ଅଧିବେଶନଗୁଡିକ ବ୍ୟବସାୟର ଅଭିବୃଦ୍ଧି ଏବଂ ପ୍ରତ୍ୟକ୍ଷ ବିକ୍ରୟର ଡିଜିଟାଲ ଅଭିବୃଦ୍ଧି ସମ୍ଭାବନା ଦିଗରେ ଅଗ୍ରସର ହେବାକୁ ସାମାଜିକ ବ୍ୟବସାୟ ଢାଞ୍ଚା ଆପଣେଇବା ଉପରେ ମଧ୍ୟ ଦୃଷ୍ଟିନିବଦ୍ଧ କରିବ । କମ୍ପାନୀର ସିଇଓ ଅଂଶୁ ବୁଧରାଜା କହିଛନ୍ତି, ଭାରତ ସଂପ୍ରତି ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ରଗୁଡିକ ମଧ୍ୟରେ ଅନ୍ୟତମ ହୋଇଛି । ସେହି ସମୟରେ ବିଗତ ଏକ ବର୍ଷ ଧରି ଆମୱେ ୩୫ ବର୍ଷରୁ କମ୍‍ ବୟସ ବର୍ଗଙ୍କ ନିକଟରୁ ଏହାର ବ୍ୟବସାୟିକ ଢାଞ୍ଚା ପ୍ରତି ଆଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରିଆସୁଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories