www.samajalive.in
Sunday, December 14, 2025
26.1 C
Bhubaneswar

ପାର୍ବଣରେ ଗୃହିଣୀର ହାଣ୍ଡିଶାଳରେ ଚଡ଼କ, ହୋଟେଲରେ ଗ୍ରାହକଙ୍କ ଭାଗ୍ୟକୁ ଜୁଟୁନି ପିଆଜ

ସାରନଗରୀ: ପାର୍ବଣ ରୁତୁରେ ସାରା ରାଜ୍ୟ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ଦକ୍ଷିଣ ରାଉରକେଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଗତ ବର୍ଷ ପରି ଚଳିତ ବର୍ଷ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳନ ହେବ ପାର୍ବଣ। ଗୋଟିଏ ପଟେ ପାର୍ବଣର ମହକରେ ସମଗ୍ର ଅଂଚଳ ମହକିତ ହୋଇ ଉଠିଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ ଖାଉଟି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିର ଚିନ୍ତାକୁ ଦ୍ୱିଗୁଣିତ କରିଛି। ବିଶେଷ କରି ଦରବୃଦ୍ଧି ଚିନ୍ତାରେ ସନ୍ତୁଳି ହେଉଛନ୍ତି ଗରିବ ଓ ମଧ୍ୟବିତ ଶ୍ରେଣୀର ଖାଉଟି। ଘରଣୀର ହାଣ୍ଡିଶାଳରେ ସତେ ଯେପରି ପଡ଼ି ଯାଇଛି ଚଡ଼କ!

ଗତ କିଛି ଦିନ ପୂର୍ବରୁ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଥିବା ବେଳେ, ବର୍ତମାନ ପିଆଜ ଦର ବଢିବାରୁ ସାଧାରଣ ଜନତା ଏହା ଦ୍ୱାରା ପ୍ରଭାବିତ ହେଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିିଛି। ବର୍ତମାନ ଦକ୍ଷିଣ ରାଉରକେଲା ବଜାରରେ ପାଇକାରୀ ଦରରେ ପିଆଜ କିଲୋ ୪୦ ଟଙ୍କା ଓ ଖୁଚୁରା ଦରରେ କିଲୋ ୪୫ରୁ ୫୦ଟଙ୍କା ଦରରେ ବିକ୍ରି ହେଉଛି। ଅନ୍ୟପକ୍ଷେ ପିଆଜ ଦର ବୃଦ୍ଧି ଯୋଗୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀର କିଛି ସ୍ଥାନରେ ଗୁପଚୁପ ଓ ଚାଟର ମୂଲ୍ୟ ମଧ୍ୟ ବଢିଥିବାର ସୂଚନା ମିଳିଛି। ହୋଟେଲରେ ଜଣେ ଗ୍ରାହକ ପିଆଜ ଖଣ୍ଡେ ମାଗିଲେ, ତାହା ମଧ୍ୟ ଭାଗ୍ୟକୁ ଜୁଟୁନି! ସେହିପରି ସୋରିଷ ତେଲ ଦରରେ ବୃଦ୍ଧି ଘଟିଛି। ପୂର୍ବରୁ ସୋରିଷ ତେଲ କିଲୋ ପ୍ରତି ୧୭୬ ଟଙ୍କା ଥିବା ବେଳେ, ବର୍ତମାନ ତାହା ୧୯୬ ଟଙ୍କା, ପାଇକାରୀ ମୂଲ୍ୟରେ ଆଳୁ ୧୬ ଟଙ୍କା ରହିଥିବା ବେଳେ, ଖୁଚୁରା ଦରରେ ୨୦ ରୁ ୨୨ ଟଙ୍କା ବିକ୍ରି ହେଉଥିବା ଜଣାପଡ଼ିଛି।

- Advertisement -

ଅନୂରୁପ ଭାବେ ସୂର୍ଯ୍ୟମୁଖୀ ତେଲ ୧୪୦ ଟଙ୍କା, ପାମୋଲିନ ତେଲ ୧୩୦ଟଙ୍କା, ମୁଗଡାଲି ୧୦୦ ଟଙ୍କା, ହରଡ଼ ଡାଲି ୧୧୦ ଟଙ୍କା, ମସୁର ଡାଲି ୯୮ଟଙ୍କା, ବିରି ଡାଲି ୧୦୦ଟଙ୍କା, ବୁଟ ଡାଲି ୭୫ଟଙ୍କା କିଲୋପ୍ରତି ଦରରେ ପହଂଚିଛି ବୋଲି ବାଲିଯୋଡ଼ି ଅଂଚଳର ତେଜରାତି ଦୋକାନୀ ନିତିନ ରାଜୁକା ପ୍ରକାଶ କରିଛନ୍ତି। ଦକ୍ଷିଣ ରାଉରକେଲାର ଖୁଚୁରା ବଜାରରେ ବିକ୍ରି ହେଉଛି। ପାର୍ବଣ ରୁତୁରେ ପ୍ରତି ପରିବାରରେ ବନ୍ଧୁ ବାନ୍ଧବଙ୍କ ଆଗମନ ହେଉଥିବା ବେଳେ, ଦରବୃଦ୍ଧିକୁ ଦେଖି ଗୃହକର୍ତା ଓ ଗୃହିଣୀ ଉଭୟ ଚିନ୍ତାରେ ପଡ଼ିଯିବା ଲକ୍ଷ୍ୟ କରାଯାଇଛି। ଉପରସ୍ତରରୁ ଦରବୃଦ୍ଧି ହୋଇ ସହରକୁ ସାମଗ୍ରୀ ଯୋଗାଣ ହେଉଥିବାରୁ ଖୁଚୁରା ଦର ବଢିବାରେ ଲାଗିଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଖାଉଟି ସାମଗ୍ରୀର ଅହେତକୁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଯୋଗାଣ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରିାକୁ ସାଧାରଣରେ ଦାବି ହୋଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories