ରାଉରକେଲା: ଆଜି ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ପରୀକ୍ଷା ଫଳ। ଏହି ପରୀକ୍ଷାରେ ରାଉରକେଲାର ଅଙ୍କୁଶ ଅଭିଳାଷ ରାଜ୍ୟରେ ଦ୍ୱୀତୀୟ ସ୍ଥାନ ହାସଲ କରି ରାଉରକେଲାର ଗୋ÷ରବ ବୃଦ୍ଧି କରିଛନ୍ତି। ଆରଏସପିର ଅବସରପ୍ରାପ୍ତ କର୍ମଚାରୀ କିଶୋର କୁମାର ସାହୁ ଓ ଅମିତାଙ୍କ ପୁତ୍ର ଅଙ୍କୁର ବର୍ତମାନ ରାଉରକେଲା ଇସ୍ପାତ କାରଖାନାରେ ପାୱାର ଡିଷ୍ଟ୍ରବ୍ୟୁସନ ବିଭାଗର ଅଧିକାରୀ ଭାବେ କାର୍ଯ୍ୟରତ। ସେଂଟପଲ ବିଦ୍ୟାଳୟରୁ ଶିକ୍ଷା ହାସଲ ପରେ ଭୁବନେଶ୍ୱର ସିଇଟି ବୈଷୟିକ ଶିକ୍ଷାନୁଷ୍ଠାନରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସେ ୨୦୧୩ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
୨୦୧୪ରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେଇଥିଲେ। ପ୍ରଥମଥର ପାଇଁ ସେ ଓଏଏସ ପରୀକ୍ଷା ଦେଇ ଏହି ସଫଳତାର ଅଧିକାରୀ ହୋଇଛନ୍ତି। ସେ ଏହି ଓଏଏସ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିବାର ଗୋ÷ରବ ପାଇଥିବା ଅଙ୍କୁରଙ୍କ ବଡ଼ ଲକ୍ଷ୍ୟ ହେଉଛି ସର୍ବଭାରତୀୟ ପ୍ରଶାସନିକ ସେବା(ୟୁପିଏସସି) ପରୀକ୍ଷାରେ ସଫଳ ହେବା। କୋ÷ଣସି ପ୍ରଶିକ୍ଷଣ କେନ୍ଦ୍ରର ସହଯୋଗ ନନେଇ ସେ ନିଜେ ଏଥିପାଇଁ ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଜଣେ ଇଲେକ୍ଟିକାଲ ଇଂଜନିୟରିଂ ଭାବେ ଉତ୍କର୍ଷତା ହାସଲ କରିବା ପାଇଁ ସେ ସବୁବେଳେ ନିଜର କର୍ମ ଓ ସାଧନାକୁ ଗୁରୁତ୍ୱ ଦେଇଛନ୍ତି। ଏବେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ସୁଯୋଗ ମିଳିଛି। ଏହା ସୁଯୋଗ ସହିତ ଭାରତୀୟ ପ୍ରଶାସନିକ ସେବାରେ ସଫଳ ହୋଇ ଲୋକଙ୍କ ସେବା କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ଅଙ୍କୁର କହିଛନ୍ତି। ବାପା ମାଆଙ୍କର ସର୍ବଦା ପ୍ରୋତ୍ସାହନ ଓ ଶୁଭେଚ୍ଛୁଙ୍କର ପରାମର୍ଶ ତାଙ୍କ ସଫଳତା ପାଇଁ ସହାୟକ ହୋଇଥିବା ଅଙ୍କୁର କହିଛନ୍ତି। ଏହି ଖବର ମିଳିବା ମାତ୍ରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ତାଙ୍କ ବାସଭବନରେ ପହଂଚି ଅଙ୍କୁର ଅଭିଳାଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



