www.samajalive.in
Sunday, December 14, 2025
14.1 C
Bhubaneswar

ସ୍ୱୟଂ ସହାୟକ ଗୋଷ୍ଠୀର ଅଭ୍ୟୁଦୟ ବିକାଶର ବିପ୍ଳବ ସାଜିଛି

ଯାଜପୁର : ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଆଂଚଳିକ କାର୍ୟ୍ୟାଳୟ, ଚଣ୍ଡିଖୋଲ ସହଯୋଗରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମହିଳାମାନେ ନିଜକୁ ସବୁ କ୍ଷେତ୍ରରେ ଆଜି ପ୍ରତିପାଦିତ କରିପାରିଛନ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ସହ ସେମାନଙ୍କର ଆର୍ଥିକ ବିକାଶ ପ୍ରତ୍ୟେକ ପରିବାରଙ୍କ ମୁହଁରେ ଆଜି ହସ ଫୁଟାଇ ପାରିଛି ଏବଂ ଓଡିଶା ସରକାରଙ୍କ ଦ୍ୱାରା ମହିଳା ମାନଙ୍କ ପାଇଁ ମିଶନ ଶକ୍ତି ଭଳି ସ୍ୱତନ୍ତ୍ର ବିଭାଗ ଗଠନ ଦ୍ୱାରା ଏହାକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତି ଏକ ବିରାଟ ଅଭ୍ୟୁଦୟ ଏବଂ ପ୍ରତ୍ୟେକ ମହିଳା ଜଣେ ଜଣେ ଶକ୍ତିମୟୀ ବୋଲି ପ୍ରକାଶ କରିବା ସହ ବ୍ୟାଙ୍କ୍ରୁ ଋଣ ନେଇ ତାହାକୁ ଠିକ୍ ସମୟରେ ପରିଶୋଧ କରିବା ଓ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଡି.ଡି.ଏମ୍, ନାବାର୍ଡ, ସୁବ୍ରତ କୁମାର ସାହୁ, ଏଲ୍.ଡି.ଏମ୍, ମ଼ନୋଜ କୁମାର ପ୍ରଧାନୀ, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ସାଧାରଣ ପ୍ରବନ୍ଧକ ଗଗନ ବିହାରୀ ପ୍ରଧାନ, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଚଂନ୍ଦନ କୁମାର ମହାନ୍ତି, ଆର୍ଥିକ ସାକ୍ଷରତା ପରାମର୍ଶଦାତା ଅକ୍ଷୟ କୁମାର ସାହୁ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ବିରଜା ପ୍ରସାଦ କର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଡିପିସି, ମିିଶନ ଶକ୍ତି, ଶେଫାଳି ସ୍ୱାଗତିକା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ମେଳାରେ ୧୦୧୧ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୩ କୋଟି ୪୭ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ କୁମାର ପାଢୀ କାର୍ୟ୍ୟକ୍ରମର ସମସ୍ତ ସହଯୋଗ କରିବା ସହିତ ସମସ୍ତ ବ୍ଲକ୍ର ମିଶନଶକ୍ତି ଏବଂ ଓଡିଶା ଜୀବିକା ମିଶନର କର୍ମର୍କା ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ର ଶାଖା ଅଧିକାରୀ ମାନେ ଯୋଗଦାନ କରିଥିଲେ ।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories