www.samajalive.in
Friday, December 12, 2025
16.1 C
Bhubaneswar

ଦୀର୍ଘ ଦିନର ଅପେକ୍ଷାର ଅନ୍ତ, ନବରଙ୍ଗପୁରରେ ଖୋଲିବ ଅତ୍ୟାଧୁନିକ ପ୍ରେକ୍ଷାଳୟ

ନବରଙ୍ଗପୁର :  ଦୀର୍ଘ ଦିନର ଅପେକ୍ଷା ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ର ବାଟ ଖୋଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ, ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ, ନବରଙ୍ଗପୁରଙ୍କ ଦ୍ଵାରା ପ୍ରସ୍ତୁତ ଦଶ କୋଟି ଟଙ୍କାର ଏକ ଏଷ୍ଟିମେଟ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିଛନ୍ତି । ପ୍ରକାଶ ଥାଉକି, ୧୯୬୪ ମସିହାରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ଡ଼ଃ ସଦାଶିବ ତ୍ରିପାଠୀଙ୍କ ଉଦ୍ୟମରେ ନବରଙ୍ଗପୁର ସହରର ମଧ୍ୟ ସ୍ଥଳୀରେ ଶାସ୍ତ୍ରୀ ଭବନ ନିର୍ମାଣ ଓ ଶୁଭ ଉଦଘାଟନ ହୋଇଥିଲା। ବର୍ତ୍ତମାନ ତାହା  ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।

ଫଳରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ କଳା ସାହିତ୍ୟ, ସଂସ୍କୃତି ଓ ନାଟକ ପରିବେଷଣ ଏବଂ ଏପରିକି ସରକାରୀ ବେସରକାରୀ କାର୍ଯ୍ୟକ୍ରମ କରିବା ପାଇଁ ଏକ ଆଧୁନିକ ପ୍ରେକ୍ଷାଳୟଟିଏ ନାହିଁ । ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଂଘଠନ ଅନୁଷ୍ଠାନ ମହଲରୁ ଦାବି ହୋଇ ଆସୁଥିଲା । ଗତ ମାର୍ଚ୍ଚ ମାସ ୨୩ ତାରିଖରେ ନବରଙ୍ଗପୁର ସହରର କିଛି ସାମ୍ବାଦିକ, କଳାକାର, ସାହିତ୍ୟିକ, କବି, ଆଇନଜୀବୀ ଏବଂ ବୁଦ୍ଧିଜୀବୀ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ । ରାଜ୍ୟ ସରକାର ନବରଙ୍ଗପୁର ସହରର ଏହି ଦୀର୍ଘଦିନର ଦାବିକୁ ଗୁରୁତ୍ୱର ସହିତ ବିଚାର କରି ଏକ ଚିଠା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଏକ ଆକଳନ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିବା ଶୁଣି ନବରଙ୍ଗପୁର ସହରରେ ଆନନ୍ଦର ଲହରୀ ଖେଳିଯାଇଛି। ରାଜ୍ୟ ସରକାରଙ୍କ ଏହି  ନିଷ୍ପତ୍ତିକୁ ନବରଙ୍ଗପୁର ସହରର ବରିଷ୍ଠ ନାଗରିକ, କଳାକାର, ସାମ୍ବାଦିକ, ସାହିତ୍ୟିକ, କବି, ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ମହଲ ସ୍ୱାଗତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories