www.samajalive.in
Saturday, December 13, 2025
14.1 C
Bhubaneswar

କେସିଆର ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି ; କଂଗ୍ରେସ

ହାଇଦରାବାଦ : ତେଲଙ୍ଗାନା ବିଧାନସଭା ଭଙ୍ଗ ହେବା ପରେ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୦ ମାସ ପୂର୍ବରୁ ବିଧାନସଭା ଭଙ୍ଗ କରି କେ. ଚନ୍ଦ୍ରଶେଖର ରାଓ ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି ବୋଲି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଉତ୍ତମ କୁମାର ରେଡ୍ଡୀ କହିଛନ୍ତି। ରାଜ୍ୟର ଜନତା ଏହାର ଦୃଢ ଜବାବ ଦେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହାକୁ ନିନ୍ଦା କରିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ବିଜେପି ଦାବି କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଦେଶରେ ଏକକାଳୀନ ନିର୍ବାଚନ କରାଇବା ନେଇ ବିଜେପି ଦାବି କରୁଥିବାବେଳେ ତେଙ୍ଗାନାରେ ଆଗୁଆ ନିର୍ବାଚନକୁ ସମର୍ଥନ କରିବ ନାହିଁ। ଏହାସତ୍ତ୍ବେ ତେଲଙ୍ଗାନା ବିଧାନସଭା ଭଙ୍ଗ ହେବାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦଳ ପକ୍ଷରୁ ସୁପାରିସ କରାଯିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories