www.samajalive.in
Thursday, December 11, 2025
27.1 C
Bhubaneswar

ମାଓ କମାଣ୍ଡରଙ୍କ ଉପରେ ଲାଗିବ ଅଙ୍କୁଶ ; ସ୍କାନରରେ ୨୦ନକ୍ସଲ କମାଣ୍ଡର

ନୂଆଦିଲ୍ଲୀ: ଆଗାମୀ ଦିନରେ ନକସାଲଙ୍କ ଉପରେ ଅଙ୍କୁଶକୁ ଶକ୍ତିଶାଳୀ କରିବାକୁ ସୁରକ୍ଷା ଏଜେନ୍ସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। କୁଖ୍ୟାତ ମାଓ କମାଣ୍ଡରଙ୍କୁ ଗିରଫ କରିବା ନିମନ୍ତେ ଅପରେସନ “ପ୍ରହାର-୩’ ଆରମ୍ଭ ହୋଇଛି। ନକସାଲ କମାଣ୍ଡର ମୁଖ୍ୟତଃ ସାଧାରଣ ଯୁବକଙ୍କୁ ପ୍ରବତ୍ତାଇ ସେମାନଙ୍କୁ ମାଓ କାର୍ଯ୍ୟରେ ଲିପ୍ତ କରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସି ପକ୍ଷରୁ ୨୦ଟପ୍‍ ମାଓ କମାଣ୍ଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାର ସବୁଠାରୁ ଆଗରେ ମାଓ କମାଣ୍ଡର ହିଡ଼ମାଙ୍କ ନାମ ରହିଛି। ସୁକମା ଜଙ୍ଗଲରେ ହିଡମା ଲୁଚି ରହି ମାଓ କାର୍ଯ୍ୟକଳାପର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। ଛତିଶଗଡ଼ର ଏହି ମାଓ କମାଣ୍ଡରମାନେ ସେମାନଙ୍କ ଗତିବିଧି ବୃଦ୍ଧି କରି ଚାଲିଥିବାବେଳେ ସେମାନଙ୍କୁ ନୂଆ ରଣନୀତି ଅନ୍ତର୍ଗତ ଅତ୍ମସମର୍ପଣ ପାଇଁ ବାଧ୍ୟ କରିବା ନଚେତ ଗିରଫ କରିବାକୁ ଚୂଡ଼ାନ୍ତ କରିଛି ସୁରକ୍ଷା ଏଜେନ୍ସି। ତାଲିକାରେ ଥିବା ମାଓ କମାଣ୍ଡରଙ୍କ ନାମ:
୧: ମୁପ୍ଲା ଲକ୍ମନା ରାଓ : ଏହି ମାଓବାଦୀ କମାଣ୍ଡର ଛତିଶଗଡ଼ ମାଓ ଅଧ୍ୟୁସିତ ଜଙ୍ଗଲରେ ବେଶ୍‍ ସକ୍ରିୟ ଥିବା ଜଣା ପଡ଼ିଛି।
୨. ପ୍ରଶାନ୍ତ ବୋଷ ନାମକ ମାଓ କମାଣ୍ଡର ଝାଡ଼ଖଣ୍ଡର ସାରଣ୍ଡା ଜଙ୍ଗଲରେ ତାର ଗତିବିଧିକୁ ସକ୍ରିୟ ରଖିଛି।
୩. ନମ୍ବଲା କେଶବ ରାଓ ନାମକ ମାଓ କମାଣ୍ଡର ଛତିଶଗଡ଼ ଜଙ୍ଗଲରେ ସକ୍ରିୟ ରହିଛି।
୪. ମଲରାଜି ରେଡ୍ଡି ନାମକ ମାଓ କମାଣ୍ଡର ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତରେ ତା’ର ଗତିବିଧି ବଢାଇ ଚାଲିଛି।
୫. ମଲଜୁଲା ବେଣୁଗୋପାଲ ନାମକ ମାଓ କମାଣ୍ଡର ଛତିଶଗଡ଼, ମହାରାଷ୍ଟ୍ର ଜଙ୍ଗଲରେ ସକ୍ରିୟ ରହିଛି।
୬. କାଟାକମ ସୁରଦର୍ଶନ ନାମକ ମାଓ କମାଣ୍ଡର ଛତିଶଗଡ଼ରେ ନିଜ ସ୍ଥିତି ସୁଦୃଢ କରୁଛନ୍ତି।
୭. ମିସିର ବେସ୍ରା ନାମକ ମାଓ କମାଣ୍ଡର ଝାଡ଼ଖଣ୍ଡରେ ସକ୍ରିୟ ଭୂମିକା ଗ୍ରହଣ କରିଛି।
୮. ଚାନ୍ଦରୀ ନାମକ ମାଓ କମାଣ୍ଡର ଝାଡ଼ଖଣ୍ଡରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।
୯. ଥୀପାନୀ ଥିରୁପତି ଛତିଶଗଡ଼ରେ ମାଓ ଗଡ଼ର ନେତୃତ୍ୱ ନେଇଛି।
୧୦. ଅକ୍କି ରାଜ, ହରଗୋପାଳ ନାମକ ମାଓ କମାଣ୍ଡର ଆନ୍ଧ୍ର ଓ ଓଡ଼ିଶାରେ ସକ୍ରିୟ ରହିବା ସହ ଏକାଧିକ ଘଟଣା ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଛି।
୧୧. କଦାରାତ ସତ୍ୟନାରାୟଣ ରେଡ୍ଡି ନାମକ ମାଓ କମାଣ୍ଡର ଛତିଶଗଡ଼ ସୀମାନ୍ତରେ ସକ୍ରିୟ ରହିଛି।
୧୨. ପଲୁରି ପ୍ରସାଦ ରାଓ ନାମକ ମାଓ କମାଣ୍ଡର ଛତିଶଗଡ଼ ଓ ତେଲେଙ୍ଗାନାରେ ସକ୍ରିୟ ରହିଛି।
୧୩. ମାଓ କମାଣ୍ଡର ମାଣ୍ଡମ ବାଲାକୃଷ୍ଣ ମୁଖ୍ୟତଃ ଓଡ଼ିଶାରେ ସୁଦୃଢ ସ୍ଥିତିରେ ରହିଛି।
୧୪. ମିଲିନ୍ଦ ତେଲତୁବଡ଼େ ଛତିଶଗଡ଼ ଓ ମହାରାଷ୍ଟ୍ରରେ ସକ୍ରିୟ ରହିଛି।
୧୫. ରମନ୍ନା ନାମକ ମାଓ କମାଣ୍ଡର ଛତିଶଗଡ଼ରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସର୍ବଦା ନିଜ ଟାର୍ଗେଟରେ ରଖୁଛି।
୧୬. ସୁଧାକର ନାମକ ମାଓ କମାଣ୍ଡର ଝାଡ଼ଖଣ୍ଡରେ ନିଜ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ ଜାରି ରଖିଛି।
୧୭. ପରବେଜ ନାମକ ମାଓ କମାଣ୍ଡର ବିହାର ଦାୟିତ୍ୱରେ ରହିଛି।
୧୮. ଅସୀମ ମଣ୍ଡଳ ନାମକ ମାଓ କମାଣ୍ଡର ପଶ୍ଚିମବଙ୍ଗରେ ନିଜ ସ୍ଥିତି ସୁଦୃଢ କରୁଛି।
୧୯. ହରି ଭୂଷଣ ନାମକ ମାଓ କମାଣ୍ଡର ଛତିଶଗଡ଼ରେ ମାଓ ହିଂସା ବଢାଇ ଚାଲିଛି।
୨୦. ହିଡମା ନାମକ ମାଓ କମାଣ୍ଡର ଛତିଶଗଡ଼ର ପିଏଲଜିଏ ୧ର କୁଖ୍ୟାତ ମାଓ ନେତା ଭାବେ ପରିଚିତ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories