www.samajalive.in
Thursday, December 11, 2025
15.1 C
Bhubaneswar

ହତ୍ୟାକାଣ୍ଡ ଦ୍ୱାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇ ପାରିବ ନାହିଁ: ବରୁଣ ଗାନ୍ଧୀ

https://youtu.be/op-Eb8WupSUବିଜେପି ସାଂସଦ ବରୁଣ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଘଟଣାର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ହତ୍ୟାକାଣ୍ଡ ମାଧ୍ୟମରେ ବିକ୍ଷୋଭକାରୀଙ୍କୁ ନିରବ କରାଯାଇପାରିବ ନାହିଁ। ସେ କହିଛନ୍ତି, ଭିଡିଓରେ ହତ୍ୟାକାଣ୍ଡ ସ୍ପଷ୍ଟ ଭାବେ ଜଣାପଡୁଛି। ହତ୍ୟା ମାଧ୍ୟମରେ ବିରୋଧକାରୀଙ୍କୁ ନୀରବ କରାଯାଇପାରିବ ନାହିଁ ବୋଲି କହିବା ସହ ଶ୍ରୀ ଗାନ୍ଧୀ ନିରୀହ କୃଷକଙ୍କ ମୃତ୍ୟୁ ପାଇଁ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ।

ସେ ଏକ ୩୭ ସେକେଣ୍ଡର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦ୍ରୁତ ଗତିରେ ମହିନ୍ଦ୍ରା ତର ଜିପ୍ ଲୋକଙ୍କ ଉପରେ ମାଡି ଯାଉଛି। ସେହି ଜିପକୁ ଗୋଟିଏ କଳା ଏବଂ ଅନ୍ୟଟି ଧଳା ଏସୟୁଭି ଅନୁସରଣ କରୁଥିବା ଦେଖାଯାଉଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓଟି ଅକ୍ଟୋବର ୩ରେ, ଯେଉଁଦିନ ଲକ୍ଷ୍ମୀପୁର ଖେରୀରେ ହିଂସା ଘଟିଥିଲା ​​ବୋଲି କୁହାଯାଉଛି।

- Advertisement -


ରବିବାର ହୋଇଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣ କୃଷକ, ଯେଉଁମାନଙ୍କ ଉପରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସେହି ଅଂଚଳରେ ଏକ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ପାଇଁ ଯାଉଥିବା ବିଜେପି କର୍ମୀଙ୍କ ଗାଡି ମାଡିଯାଇଥଲା।

ଅନ୍ୟ ଚାରିଜଣଙ୍କ ମଧ୍ୟରେ ୨ ବିଜେପି କର୍ମୀ, କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଡ୍ରାଇଭର ଏବଂ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories