www.samajalive.in
Thursday, December 11, 2025
15.1 C
Bhubaneswar

ନବରାତ୍ର ଆରମ୍ଭ ; ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆଜି ଠାରୁ ନବରାତ୍ର ଆରମ୍ଭ । ନବରାତ୍ର ବ୍ରତରେ ମାତା ଦୁର୍ଗାଙ୍କୁ ସମ୍ପୂର୍ଣ୍ଣ ରୀତିନୀତି ସହିତ ପୂଜା କରାଯାଇଥାଏ। ଏହି ନଅ ଦିନ ମା’ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହି ୯ ଦିନ ମଧ୍ୟରେ ଘରୁ ଏବଂ ଜୀବନରୁ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ସୃଷ୍ଟି କରାଯାଇ ପାରିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ……..

ଘରୁ ନକାରାତ୍ମକ ଶକ୍ତି ହଟାଇବା ପାଇଁ ନବରାତ୍ର ସମୟରେ ଘରର ମୁଖ୍ୟ ଦ୍ୱାରରେ ଏକ ସ୍ବସ୍ତିକ ଚିହ୍ନ କରନ୍ତୁ।

- Advertisement -

ଏହା ବ୍ୟତୀତ ଶ୍ରୀ ଗଣେଶଙ୍କର ଏକ ଫଟୋ ରଖନ୍ତୁ। ଏହା ଦ୍ବାରା ସମସ୍ତ ପ୍ରକାରର ବାଧାବିଘ୍ନ ଦୂର ହୋଇଥାଏ।
ଆମ୍ବ ଏବଂ ଅଶୋକ ପତ୍ରର ଏକ ମାଳ ତିଆରି କରି ଏହାକୁ ମୁଖ୍ୟ ଫାଟକରେ ବାନ୍ଧନ୍ତୁ। ଏହା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସକରାତ୍ମକତା ଶକ୍ତି ଆସିଥାଏ ଏବଂ ଘରର ପରିବେଶ ସୁଖଦ ହେବ।

ପ୍ରବେଶ ପଥରେ ଲକ୍ଷ୍ମୀଙ୍କ ଏକ ପାଦଚିହ୍ନ ଅଙ୍କନ କରନ୍ତୁ। ଏହା ଦ୍ବାରା ନକାରାତ୍ମକ ଶକ୍ତି ଘରୁ ବାହାରି ଥାଏ ଏବଂ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆସିଥାଏ।

ନବରାତ୍ରରେ ଲକ୍ଷ୍ମୀ ମନ୍ଦିରକୁ ଯାଆନ୍ତୁ ଏବଂ କେଶର ସହିତ ହଳଦିଆ ଚାଉଳ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଘରେ ଥିବା ସମସ୍ତ ବାଧା ବିଘ୍ନ ଦୂର ହୁଏ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।
ଦଶହରା ବା ଦୁର୍ଗାପୂଜା ସମୟରେ ମା’ଦଶଭୂଜାଙ୍କ ନବରାତ୍ର ପୂଜାର ଖୁବ ମହତ୍ତ୍ୱ ରହିଛି। ଏହି ପୂଜା ଯଥା ବିଧି ଓ ନୀତିନିୟମ ପୂର୍ବକ ପାଳନ କରାଯାଏ। ଏହାସହ ନବରାତ୍ର ବ୍ରତ ସମୟରେ ଖାଦ୍ୟପେୟ ପ୍ରତି ମଧ୍ୟ କିଛି ନୀତି ନିୟମ ରହିଛି। ଏହି ନବରାତ୍ର ସମୟରେ ସାତ୍ତ୍ୱିକ ଭୋଜନ ଗ୍ରହଣ କରାଯାଇଥାଏ। ଜାଣନ୍ତୁ ଏହି ଭୋଜନର ନିୟମ ବିଷୟରେ……..
ଏହି ସମୟରେ ଆପଣ ଫଳ ନିଜ ଖାଦ୍ୟରେ ସାମିଲ କରନ୍ତୁ। ସେଓ, କଦଳୀ, ଚିକୁ, ଅମୃତଭଣ୍ଡା, ତରଭୂଜ, ଅଙ୍ଗୁର, ଆଦି ଖାଆନ୍ତୁ।
– ଦହି ସରବତ ପିଇପାରିବେ।
– ସାବୁଦାନାରେ ପ୍ରସ୍ତୁତ ଖାଦ୍ୟ, ପାଣି ସିଙ୍ଗଡ଼ା ଅଟାରେ ପ୍ରସ୍ତୁତ ଖାଦ୍ୟ, କନ୍ଦମୂଳ ଆଦି ଖାଇପାରିବେ।
– ତରଳ ଜାତୀୟ ପଦାର୍ଥ, ପଇଡ଼ ପାଣି , ଦହି, ଫଳ ରସ, ପନିପରିବାର ସୁପ, ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ।
– ଖାଦ୍ୟ ପ୍ରସ୍ତୁତିରେ ଲୁଣ ବଦଳରେ ପାହାଡ଼ିଆ ଲୁଣ ଯାହାକୁ କୁହାଯାଏ ତାହାର ବ୍ୟବହାର କରନ୍ତୁ।
– ଅନ୍ନ ଓ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ।
– ରସୁଣ , ପିଆଜର ଏହି ସମୟରେ ଆଦୌ ବ୍ୟବହାର କରାଯାଇନଥାଏ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories