www.samajalive.in
Friday, December 12, 2025
16.1 C
Bhubaneswar

ଗୁରୁବାର ଠାରୁ ପୁଣି ଆରମ୍ଭ ହେଲା ଶିରିଡି ସାଇ ବାବାଙ୍କ ଦର୍ଶନ

ଶିିରିଡି: ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଶିରିଡି ସାଇ ବାବାଙ୍କର ମନ୍ଦିର ପୁନର୍ବାର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି । ମହାରାଷ୍ଟ୍ରର ଅହମଦନଗର ଜିଲାରେ ଅବସ୍ଥିତ ଏହି ମନ୍ଦିର ଦର୍ଶନ ନିମନ୍ତେ କେବଳ ଅନ୍‌ ଲାଇନ ପାସ ଥିବା ଭକ୍ତଙ୍କୁ ଅନୁମତି ମିଳିବ ବୋଲି ଜଣାଯାଇଛି । ମନ୍ଦିର ଖୋଲିବା ପୂର୍ବରୁ ଜିଲା ପ୍ରଶାସନ ଏବଂ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ଅଧିକାରୀମାନେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । ମନ୍ଦିର ଟ୍ରଷ୍ଟ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଅନଲାଇନ ପାସ୍‌ ଥିବା ୧୫ ହଜାର ଭକ୍ତଙ୍କୁ ପ୍ରତିଦିନ ଦର୍ଶନ କରିବାକୁ ଅନୁମତି ଦିଆଯିବ । ତେବେ ମନ୍ଦିରର ପ୍ରସାଦ କାଉଣ୍ଟର ବନ୍ଦ ରହିବ । ଦୀର୍ଘ ଦିନ ପରେ ଭକ୍ତମାନେ ବାବାଙ୍କର ଦର୍ଶନ କରିବାର ସୁଯୋଗ ପାଇଥିବାବେଳେ ୧୦ ବର୍ଷରୁ କମ୍‌ ବୟସର ପିଲା, ଗର୍ଭବତୀ ମହିଳା, ରୋଗୀ, ୬୫ ବର୍ଷରୁ ଅଧିକ ବୟସର ଲୋକ ଏବଂ ମାସ୍କ ପିନ୍ଧିନଥିବା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି ।
ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୋର ୪.୩୦ରେ ସକାଳ ଆରତି, ମଧ୍ୟାହ୍ନ ୧୨ଟାରେ ମଧ୍ୟାହ୍ନ ଆରତି, ସୂର୍ଯ୍ୟାସ୍ତ ସମୟରେ ଧୂପ ଆରତି ଏବଂ ରାତି ୧୦.୩୦ରେ ଶେଯ ଆରତି କରାଯିବ । ସକାଳ ଦର୍ଶନ ପାଇଁ ଭକ୍ତଙ୍କୁ ୬୦୦ ଟଙ୍କା ଦେବାକୁ ହେବ । ସେହିଭଳି ମଧ୍ୟାହ୍ନ, ଧୂପ ଓ ଶେଯ ଆରତି ଦର୍ଶନ ପାଇଁ ପ୍ରତ୍ୟେକ ଭକ୍ତଙ୍କୁ ୪୦୦ ଟଙ୍କା ମନ୍ଦିର ଟ୍ରଷ୍ଟ ନିକଟରେ ଦାଖଲ କରିବାକୁ ପଡିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories