www.samajalive.in
Friday, December 12, 2025
15.1 C
Bhubaneswar

ଦେଶରେ ଆଉ ୨୨,୪୩୧ ସଂକ୍ରମିତ ଚିହ୍ନଟ; ୩୧୮ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୪,୬୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦିନକ ମଧ୍ୟରେ ୩୧୮ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୯,୮୫୬କୁ ବୃଦ୍ଧିପାଇଛି । ଦୈନିକ କରାଯାଉଥିବା ନମୁନା ପରୀକ୍ଷାରୁ ସଂକ୍ରମିତଙ୍କ ହାର ୦.୭୨% ରହିଛି । ଦେଶରେ ଦୈନିକ ସଂକ୍ରମଣ ହାର ସଂପ୍ରତି ୧.୫୭% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୮% ରହିଛି । କରୋନାରୁ ସୁସ୍ଥ ହେବା ହାର ୯୭.୯୫% ରହିଛି । ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୩,୩୨,୦୦,୨୫୮ ଜଣ କରୋନାରୁ ସୁସ୍ଥ ହେଲେଣି । ଏଥିସହିତ ସେହି ସମୟ ମଧ୍ୟରେ ୨,୪୪,୧୯୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି । ବୁଧବାର ସୁଦ୍ଧା ମୋଟ ୫୭.୮୬ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ସେହି ସମୟ ମଧ୍ୟରେ ଦେଶରେ ୯୨.୬୩ କୋଟି ପାନ ଟିକା ଦିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories