www.samajalive.in
Sunday, December 14, 2025
26.1 C
Bhubaneswar

ପାକିସ୍ତାନ ପ୍ରତି ଆମେରିକାର ବିତୃଷ୍ଣା ଭାବରେ କ୍ଷୁବ୍ଧ କ୍ୟୁରେଶି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏପର୍ଯ୍ୟନ୍ତ ଥରଟିଏ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ କଥା ହେଉନାହାନ୍ତି । ଏପରିକି ପାକିସ୍ତାନକୁ ସେ ଆଦୌ ଗୁରୁତ୍ୱ ଦେଉନାହାନ୍ତି କିମ୍ବା ପାକିସ୍ତାନକୁ ଆଡ ଆଖିରେ ମଧ୍ୟ ଚାହୁଁନାହାନ୍ତି । ପାକିସ୍ତାନ ସରକାରଙ୍କ ପାଇଁ ଏହା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ଇମ୍ରାନ ଏହାକୁ ନେଇ ନିଜ ଦେଶ ଭିତରେ ତୀବ୍ର ସମାଲୋଚନାର ଶିକାର ହେଉଥିବାବେଳେ ତାଙ୍କର ବୈଦେଶିକ ମନ୍ତ୍ରୀ ଶାହ ମାହମୁଦ କ୍ୟୁରେଶି ଏହି କଥା ବାରମ୍ବାର ଉଠାଇଛନ୍ତି । ଏବେ ମଧ୍ୟ କ୍ୟୁରେଶି ସେହି ସମାନ କଥା ଉଠାଇ ଆମେରିକାରେ ଅବସ୍ଥାପିତ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ ଏଥିପାଇଁ ଭର୍ତ୍ସନା କରିଛନ୍ତି । ୱାଶିଂଟନରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ପତ୍ରଲେଖି କ୍ୟୁରେଶି କହିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇଛନ୍ତି । ସେପ୍ଟେମ୍ବର ୨୭ରେ ଲେଖାଯାଇଥିବା ପତ୍ରରେ କୁ୍ୟରେଶି ଏହା ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ପାକିସ୍ତାନ ପ୍ରତି ଆମେରିକାର ଭାବଧାରାରେ କିଛି ପରିବର୍ତ୍ତନ ଘଟିନାହିଁ । ସେ ରାଷ୍ଟ୍ରଦୂତ ଆସାଦ ମଜିଦ ଖାଁଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ସମସ୍ତ କୂଟନୈତିକ ମଞ୍ଚରେ ପାକିସ୍ତାନର ସାମରିକ ଗୁରୁତ୍ୱ ଯେଭଳି ବଜାୟ ରହେ, ସେ ଦିଗରେ ସେ ପଦକ୍ଷେପ ନେବା ଆବଶ୍ୟକ ।
କ୍ୟୁରେଶି କହିଛନ୍ତି, ୱାଶିଂଟନସ୍ଥିତ ପାକିସ୍ତାନ ଦୂତାବାସ ଆମେରିକା ରାଷ୍ଟ୍ରପତି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ କୂଟନୈତିକ ଯୋଗାଯୋଗ ସ୍ଥାପନକୁ ସୁଗମ କରିବା ଦିନରେ ପରିବେଶ ସୃଷ୍ଟି କରିବାରେ ଅସମର୍ଥ ହୋଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ହ୍ୱାଇଟ ହାଉସ ସହିତ ଏକ ଅର୍ଥପୂର୍ଣ୍ଣ ଯୋଗାଯୋଗ ସ୍ଥାପନ ପାଇଁ ବହୁବାର ପ୍ରୟାସ କରାଯାଇଥିଲେ ମଧ୍ୟ ହ୍ୱାଇଟହାଉସ ଅନୁରୂପ ପଦକ୍ଷେପ ନେଉନାହିଁ । ଏହା ପାକିସ୍ତାନର କୂଟନୈତିକ ବିଫଳତାକୁ ଦର୍ଶାଉଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories