www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସର ଯୋଗୀ ଏବଂ ମୋଦିଙ୍କ କୁଶ ପୁତ୍ତଳିକା ଦାହ

ଭୁବନେଶ୍ୱର: ଗତ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ କଳାପତାକା ଧରି ପ୍ରତିବାଦ କରୁଥିବା କୃଷକମାନଙ୍କୁ ଯେଉଁଭଳି ଭାବରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ଏବଂ ବିଜେପି ଦଳର ନେତୃବର୍ଗ କୃଷକମାନଙ୍କୁ ଯେଉଁଭଳି ଭାବରେ ତାଙ୍କ ଥର୍‌ଜିପ୍ ଏବଂ ଫର୍ଚୁନର ଗାଡ଼ି ଚଢାଇ ମାରିଦେଲେ ଏବଂ ସର୍ବଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବିମାନ ବନ୍ଦରରେ ଉତ୍ତରପ୍ରଦେଶ ପୋଲିସ୍ ଅତି ଅନ୍ୟାୟ ଉପାୟରେ ତାଙ୍କୁ ବିନା କୌଣସି ଏଫ୍‌ଆଇଆର ବା ଆରେଷ୍ଟ ୱାରେଣ୍ଟ ଯେଉଁଭଳି ଭାବରେ ତାଙ୍କ ପ୍ରତି ଓ ଲୋକସଭାର ସାଂସଦ ଶ୍ରୀ ଦୀପେନ୍ଦ୍ର ସିଂ ହୋଡ଼ାଙ୍କୁ ଜବରଦସ୍ତ ଓ ବଳ ପ୍ରୟୋଗ କରି ତାଙ୍କୁ ପୋଲିସ୍ ଏକ ଗେଷ୍ଟହାଉସରେ ରଖିଲା ଏବଂ ଦୀର୍ଘ ୩୦ ଘଣ୍ଟା ପରେ ତାଙ୍କୁ ଗିରଫ କରାଗଲା, ତାର ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃବର୍ଗ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ କରିବା ସହିତ ଉଭୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ ଉପାୟରେ ଶ୍ରୀମତୀ ଗାନ୍ଧୀ ଓ କଂଗ୍ରେସ ନେତୃବର୍ଗଙ୍କ ଉପରେ କରାଯାଇଥିବା ବଳପ୍ରୟୋଗକୁ ଦୃଢ ଭାବରେ ନିନ୍ଦା କରିଥିଲେ।

ଆଇନକୁ ସମ୍ମାନ ଦେଇ ପୀଡ଼ିତ ପରିବାରଙ୍କ ପାଖରେ ପହଂଚି ତାଙ୍କୁ ଦୁଃଖ ସମୟରେ ସମବେଦନା ଜଣାଇବା ପାଇଁ କଂଗ୍ରେସ ନେତୃବର୍ଗ ଯାଉଥିବା ବେଳେ ତାଙ୍କୁ ବଳ ପ୍ରୟୋଗ ଆକ୍ରମଣ ଏବଂ ଗିରଫ ଖୁବ୍ ମହଙ୍ଗା ପଡ଼ିବ ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବର୍ଗମାନେ କହିଛନ୍ତି। ଖାଲି ସେତିକି ନୁହେଁ, ଆସନ୍ତା ଦିନରେ ଭାରତୀୟ ଜନତା ପାର୍ଟିର ଏହି କୁକର୍ମ ଓ ଆଇନ୍‌କୁ ଦଳି ଚକଟି ଦେବାର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି।

- Advertisement -

ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟସଭା ସାଂସଦ ଶ୍ରଜନୀ ପାଟିଲ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଶରତ ରାଉତ, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଜାନକୀ ବଲ୍ଳଭ ପଟ୍ଟନାୟକ, ମନୋରଞ୍ଜନ ଦାସ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ, ଛାତ୍ର କଂଗ୍ରେସ ଓଡ଼ିଶା ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଅନୁଲେଖା ଭୁଷା, ସୁରେନ୍ଦ୍ର ନାଥ କର, ହଳଧର ସେଠୀ, ରଶ୍ମୀ ମହାପାତ୍ର, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ପଦ୍ମାକର ଗୁରୁ, ଅଭିଶେକ ମହାନନ୍ଦ, ଅଭିଶେକ ମହାନନ୍ଦ, ସ୍ୱାଧୀନବାଳା ଦାସ, ନିରୁପମା ପାତ୍ର, ପ୍ରକାଶ ମିଶ୍ର, ଗୀତାଞ୍ଜଳୀ ମହାନ୍ତି, ତାପସ ସେଠୀ, ସୁବ୍ରତ ମହାପାତ୍ର, ଜୟନ୍ତ ଭୋଇ, ବଟକୃଷ୍ଣ ରାଉତରାୟ, ଦେବୀ ପ୍ରସାଦ ବାହାଲିଆ, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମଞ୍ଜୁଶ୍ରୀ ରାଉତରାୟ, ପ୍ରଭାବତୀ ପଟ୍ଟନାୟକ, ସୁବାସ ପ୍ରଧାନ, ଲିଙ୍ଗରାଜ ସାହୁ, କୈଳାସ ସାହୁ, ସ୍ୱାଗତ କର, ନଳିନିକାନ୍ତ ନାୟକ, ଆତ୍ମାରାମ ପତି, ସାଗର ପରିଡ଼ା, ମନୋଜ ମହାପାତ୍ର, ରାଜକିଶୋର ବାରିକ, ବିଶ୍ୱରଞ୍ଜନ ମହାପାତ୍ର, ସଞ୍ଜୀବ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, କନକଲତା ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories