www.samajalive.in
Tuesday, December 9, 2025
15.1 C
Bhubaneswar

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ବ୍ଲକର ପଣିବନ୍ଧ ଗ୍ରାମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜେଡି ନେତା ଓ କର୍ମୀମାନଙ୍କୁ ନିଜ ନିଜ ଅଞ୍ଚଳରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ନେତା ଓ କର୍ମୀମାନେ ଗ୍ରାମର ମୁଖ୍ୟ ରାସ୍ତାଦେଇ ସ୍ୱଛତାକୁ ନେଇ ଏକ ସଚେତନତା ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। ପରେ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ୱ, ଜିମ ସେଣ୍ଟର, ଆର ଆଇ କର୍ୟ୍ୟାଳୟ, ମିଶନଶକ୍ତି ଗୃହ ପରିସରରେ ସଫେଇ କରିଥିଲେ। ଏହି ସଫେଇ କାର୍ୟ୍ୟକ୍ରମରେ ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ମଲାଡ଼ ସରପଞ୍ଚ ପ୍ରଭାତ ସେଠୀ, ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି, ଯୁବନେତା ସୁଧିର କୁମାର ପାଢୀ, ଛାତ୍ରନେତା ରାକେଶ ରଞ୍ଜନ ଦାଶ, ସନାତନ ବେହେରା, ଗ୍ରାମ୍ୟ ସଭାପତି ଦୁର୍ୟ୍ୟୋଧନ ସାହୁ, ରଞ୍ଜିତ ପଲାଇ, ରଘୁନାଥ ସାହୁ, ଜିତୁ ପଣ୍ଡା, ମନୋଜ ପ୍ରଧାନ, ଅନ୍ତର୍ୟ୍ୟାମୀ ବେହେରା, ସୁକାନ୍ତ ବିଶ୍ୱାଳ ପପୁ ପଣ୍ଡା, ଟି.ଶଙ୍କର, ରବି ମହାପାତ୍ର, ଲିଙ୍ଗରାଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories