www.samajalive.in
Monday, December 8, 2025
27.1 C
Bhubaneswar

ଏଲପିଜି ସିଲିଣ୍ଡର ପିଛା ୧୫ ଟଙ୍କା ବଢିଲା; ଦୁଇ ମାସରେ ଚତୁର୍ଥ ବୃଦ୍ଧି

ନୂଆଦିଲ୍ଲୀ: ତୈଳ ବିପଣନକାରୀ କମ୍ପାନୀଗୁଡିକ ବୁଧବାର ଦିନ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଛନ୍ତି । ଦୁଇମାସରୁ କମ ସମୟ ମଧ୍ୟରେ ଏହା ଏଲପିଜିର ଚତୁର୍ଥ ମୂଲ୍ୟ ବୃଦ୍ଧି ହୋଇଛି । ଏହି ବୃଦ୍ଧିପରେ ଅଣ ରିଆତି ୧୪.୨ କିଲୋଗ୍ରାମ ଏଲପିଜି ଥିବା ସିଲିଣ୍ଡର ମୂଲ୍ୟ ନୂଆଦିଲ୍ଲୀରେ ୮୯୯ ଟଙ୍କା ୫୦ ପଇସା ଏବଂ ୫ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୫୦୨ ଟଙ୍କା ହୋଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ରିଆତି ଓ ଅଣ ରିଆତି ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଡଲାର-ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟରେ ହ୍ରାସ ବୃଦ୍ଧି ଏଲପିଜି ମୂଲ୍ୟ ପରିବର୍ତ୍ତନର କାରଣ ବୋଲି କୁହାଯାଇଛି । ଇତିମଧ୍ୟରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବୃଦ୍ଧିପାଇ ୨୦୧୪ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏଥିସହିତ ମଙ୍ଗଳବାର ଦିନ ଡଲାର ପିଛା ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କା ୫୦ ପଇସାରୁ ଅଧିକ ରହିଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories