www.samajalive.in
Sunday, December 14, 2025
26.1 C
Bhubaneswar

ବାଚସ୍ପତିମାନଙ୍କ ଶିଖର ବୈଠକରେ ଯୋଗ ଦେବେ ବାଚସ୍ପତି ଓମ୍‍ ବିର୍ଲା

ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଜି-୨୦ ବାଚସ୍ପତିମାନଙ୍କ ଶିଖର ବୈଠକରେ ଭାଗ ନେବେ। ତାଙ୍କ ନେତୃତ୍ୱରେ ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ରୋମ୍‍ ଗସ୍ତ କରିବେ। ଏହି ପ୍ରତିନିଧି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ସେକ୍ରେଟାରୀ ଜେନେରାଲ୍‍ ଉତ୍ପଳ କୁମାର ସିଂ, ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍‍ ଡକ୍ଟର ପି.ପି.କେ. ରାମଚାରିଲ୍ୟୁ ଗସ୍ତରେ ଯିବେ।

ଏହି ଶିଖର ବୈଠକର ଶୀର୍ଷକ ପାର୍ଲାମେଣ୍ଟସ୍‍ ଫର୍‍ ପିପୁଲ, ପ୍ଲାନେଟ୍‍ ଆଣ୍ଡ୍‍ ପ୍ରସ୍ପରିଟି ରହିଛି। ଶିଖର ବୈଠକ ଶେଷରେ ଏକ ମିଳିତ ବିବୃତି ପ୍ରକାଶ ପାଇବ। ଲେକାସଭା ବାଚସ୍ପତି କୋଭିଡ ସଂକ୍ରମଣ ଯୋଗୁଁ ସାମାଜିକ ଓ ନିଯୁକ୍ତି ସଂକଟର ସମାଧାନ ଶୀର୍ଷକ ଏକ ଆଲୋଚନାରେ ଅଂଶ ଗ୍ରହଣ କରିବେ। ଶିଖର ବୈଠକର ପ୍ରଥମ ଅଧିବେଶନରେ ଏହା ଉପରେ ଆଲୋଚନା ହେବ। ଶିଖର ବୈଠକରେ ଯୋଗଦେବା ସମୟରେ ଶ୍ରୀ ବିର୍ଲା ଅନ୍ୟ ଦେଶଗୁଡ଼ିକର ବାଚସ୍ପତିମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories