www.samajalive.in
Saturday, December 13, 2025
26.1 C
Bhubaneswar

କାନ୍ଥ ତଳେ ଚାପି ହୋଇ ବୃଦ୍ଧ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଠାରେ ଆଜି ଅପରାହ୍ନରେ ଜନୈକ ବୃଦ୍ଧ କାନ୍ଥ ଭାଙ୍ଗି ଜିବାରୁ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ବୃଦ୍ଧ ଜଣଙ୍କ ନାରାୟଣପୁର ଗ୍ରାମର ଜି.ସୂର୍ଯ୍ୟନାରାୟଣ ରେଡ୍ଡୀ (୬୦) ହୋଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ନାରାୟଣପୁର ମୁଖ୍ୟ ସାହିରେ ରହୁଥିବା ଦୁଇ ଭାଇ ଚିନ୍ତା ବେହେରା ଓ ଗୋବିନ୍ଦ ବେହେରା ଙ୍କ ମଧ୍ୟରେ ଲାଗି ରହିଥିବା ଘରୋଇ ବିବାଦ ସମାଧାନ ନିମନ୍ତେ ସୂର୍ଯ୍ୟନାରାୟଣ ପହଞ୍ଚି  ଆଲୋଚନା କରୁଥିବା ସମୟରେ ଅଚାନକ ଏକ କାନ୍ଥ ଭାଙ୍ଗି ଯିବାରୁ ସୂର୍ଯ୍ୟନାରାୟଣ ଉକ୍ତ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ଆହାତ ହୋଇଥିବା ସୂର୍ଯ୍ୟନାରାୟଣ ଙ୍କୁ ବଡ ମେଡିକାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ଶବାଗୃହ ରେ ରଖିଥିବା ବେଳେ ରବିବାର ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories