ନବରଙ୍ଗପୁର : ନବରଙ୍ଗପୁର ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବରଙ୍ଗପୁର ବରିଷ୍ଠ ନାଗରିକଙ୍କ ତରଫରୁ ଅନ୍ତର୍ଜାତୀୟ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଅଛି। ବରିଷ୍ଠ ନାଗରିକ ସଂଘ ପାଇଁ କୋଠା ନିର୍ମାଣ ପାଇଁ ତାଙ୍କ ପାଣ୍ଠିରୁ ଅର୍ଥ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଏସବିଆଇ ମୁଖ୍ୟ ପରିଚାଳକ ନଚିକେତା ମହାନ୍ତି ବ୍ୟାଙ୍କର ସମସ୍ତ ସୁବିଧା ବରିଷ୍ଠ ନାଗରିକ ମାନଙ୍କୁ ଯୋଗାଇଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରର ୪ ଜଣ ବଦାନ୍ୟ ବ୍ୟକ୍ତି ଓ ସମାଜସେବୀ ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସମାଜସେବୀ ସୁବାସ ଚନ୍ଦ୍ର ସୁର, ଶିକ୍ଷାବିତ ଏମ ଆପଲସ୍ୱାମି ଓ ଡାକ୍ତର କେ ଶ୍ରୀଧର ରାଓ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଗଲା । ବୈଠକ ପ।ରମ୍ଭରେ ଦିବଂଗତ ସଦସ୍ୟଙ୍କ ଉଦେଶ୍ୟରେ ନିରବ ପ୍ରାଥନା କରାଯିବାସହ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ବି ରାମମୂର୍ତ୍ତି ପଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ସଂଘ ସଭାପତି ରାଧାକାନ୍ତ ବେହେରା ସଭାପତିତ୍ୱ କରିଥିଲେ ଏବଂ ପ୍ରାରମ୍ଭିକ ସୂଚନାରେ ସଂଘର ଯାବତୀୟ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ, କୋଷାଧକ୍ଷ ଜଗନ୍ନାଥ ମହାପାତ୍ର ଅତିଥି ମାନଙ୍କ ସଂଘ ପ୍ରତି ସହାନୁଭୂତି ଓ ସହଯୋଗ କାମନା କରିଥିଲେ । ସଭ୍ୟ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ସଂଘ ଉପସଭାପତି ଚନ୍ଦକୁମାର ଆଚାର୍ଯ୍ୟ ଓ ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।



