www.samajalive.in
Saturday, December 13, 2025
17.1 C
Bhubaneswar

କଂଗ୍ରେସ ଛାଡୁଛି, ଭାଜପାରେ ଯୋଗଦେବି ନାହିଁ-ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଛାଡିବେ । ଏ ସମ୍ପର୍କରେ ନିଜେ କ୍ୟାପଟେନ ସୂଚନା ଦେଇଛନ୍ତି । କିନ୍ତୁ ଏଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ତାଙ୍କର ସାକ୍ଷାତ ଆଲୋଚନାକୁ ନେଇ ସେ ଭାଜପାରେ ଯୋଗଦେବା ସମ୍ପର୍କରେ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା, ସେଥିରେ ସେ ପୂର୍ଣ୍ଣଛେଦ ପକାଇଛନ୍ତି । ଅମରିନ୍ଦର କହିଛନ୍ତି, କଂଗ୍ରେସରେ ଆଉ ରହିବା ଇଛା ତାଙ୍କର ନାହିଁ । ଦଳର ବରିଷ୍ଠ ନେତାଙ୍କୁ ସାଙ୍ଗରେ ନେଇ ଚାଲିବା ବ୍ୟବସ୍ଥା ଆଉ ଦଳ ଭିତରେ ନାହିଁ । ତେଣୁ ସେ କଂଗ୍ରେସ ଛାଡୁଛନ୍ତି । କିନ୍ତୁ ଭାଜପାରେ ଯୋଗଦେବେ ନାହିଁ, ଏକଥା ସେ ସ୍ପଷ୍ଟ କରିଛନ୍ତି । ଅମରିନ୍ଦର କହିଛନ୍ତି ଯେ କଂଗ୍ରେସ ତାଙ୍କୁ ନାନା ଭାବରେ ଅପମାନିତ କରିଛି ଏବଂ ବିଶ୍ୱାସକୁ ନେଇନାହିଁ । ସେ ସର୍ବଦା ପଞ୍ଜାବର ସ୍ୱାର୍ଥ ଚିନ୍ତା କରିଆସିଛନ୍ତି । ପଞ୍ଜାବର ସୁରକ୍ଷା ମଧ୍ୟ ତାଙ୍କ ପାଇଁ ଅଗ୍ରାଧିକାର ବିଷୟ ହୋଇ ରହିଆସିଛି । ତାଙ୍କୁ ଦଳରେ ଯେଉଁଭଳି ବ୍ୟବହାର କରାଯାଉଛି ଆଉ ଅଧିକ କାଳ ସେ ସେଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି । ଅଧିକ ଅପମାନିତ ହେବାକୁ ମଧ୍ୟ ଚାହାନ୍ତି ନାହିଁ । ସେ ଯେଉଁ ନୀତିରେ ବିଶ୍ୱାସ କରନ୍ତି, ତାହା ଆଉ ତାଙ୍କୁ କଂଗ୍ରେସରେ ରହିବାକୁ ପ୍ରେରିତ କରୁନାହିଁ । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୮ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ତଫା ଦେବାପରେ କହିଥିଲେ ଯେ କଂଗ୍ରେସ ଦଳ ତାଙ୍କ ପ୍ରତି ପ୍ରବଞ୍ଚନା ଓ ଅପମାନିତ କରିଛି । ନବଜୋତ ସିଧୁଙ୍କ ସମ୍ପର୍କରେ ପ୍ରକାଶ କରି ସେ କହିଛନ୍ତି ଯେ ସିଧୁ କେବଳ ଭିଡ ଜୁଟାଇପାରିବେ, କିନ୍ତୁ ଏକ ଦଳକୁ ନେଇ କିଭଳି ଆଗକୁ ବଢିବାକୁ ହୁଏ ତାହା ସେ ଜାଣନ୍ତି ନାହିଁ । ଆଗାମୀ ନିର୍ବାଚନରେ ସିଧୁ ଯେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେଠାରେ ସେ ତାଙ୍କୁ ହରାଇବେ ବୋଲି ଅମରିନ୍ଦର ଦୃଢତାର ସହିତ କହିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଓ ଏନଏସଏ ଅଜିତ ଡୋଭଲଙ୍କ ସହିତ ତାଙ୍କର ସାକ୍ଷାତ ନିରାପତ୍ତା ପ୍ରସଙ୍ଗରେ ଉଦ୍ଦିଷ୍ଟ ଥିଲା ଏବଂ ସେ ତାହା ସର୍ବସାଧାରଣରେ ପ୍ରକାଶ କରିବେନାହିଁ ବୋଲି ଅମରିନ୍ଦର ସ୍ପଷ୍ଟ କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories