www.samajalive.in
Friday, December 12, 2025
27.1 C
Bhubaneswar

ନାଲ୍‌କୋର ୬୬୪.୨୭ କୋଟି ଟଙ୍କାର ଲାଭାଂଶ ଘୋଷଣା

ଭୁବନେଶ୍ବର, ୩୦ା୯: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଭୁବନେଶ୍ବରଠାରେ ଆୟୋଜିତ ୪୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅବସରରେ ଇକ୍ବିଟି ସେୟାର ପିଛା ୧ ଟଙ୍କା ହିସାବରେ ୨୦%ର ଚୂଡ଼ାନ୍ତ ଲାଭାଂଶ ଘୋଷଣା କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ୍‌ ଲାଭାଂଶ ପ୍ରଦାନ ୬୬୪.୨୭ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୨୭୯.୮୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ଆଭାସି ମାଧ୍ୟମରେ ଅଂଶଧନଧାରୀଙ୍କୁ ସମ୍ବୋଧିତକରି ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ, ‘ନାଲ୍‌କୋ ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଦୀର୍ଘବର୍ଷ ଧରି ଦେଶର ସେବା କରି ଆସୁଅଛି ଏବଂ ଖଣିଜ ନିରାପତ୍ତା କ୍ଷେତ୍ରରେ ଭାରତକୁ ସଶକ୍ତ କରୁଅଛି। କଂପାନୀ କେବଳ ଆଲୁମିନିୟମ୍‌ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତାକୁ ପୂରଣ କରିନାହିଁ ବରଂ ବିଶ୍ବସ୍ତରୀୟ ମାନକ ଅନୁସାରେ ଭବିଷ୍ୟତର ଏହି ଧାତବ ପଦାର୍ଥର ଉତ୍ପାଦରେ ଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଅଛି। କମ୍ପାନୀର ଭବିଷ୍ୟତ ଯୋଜନା ବିଷୟରେ ଶ୍ରୀ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ସମ୍ପ୍ରସାରଣ କାର୍ୟ୍ୟକଳାପକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ସମ୍ପ୍ରସାରଣ କାର୍ଯ୍ୟ ସୂଚାରୁରୂପେ ଅଗ୍ରଗତି କରୁଅଛି ଏବଂ ଆମେ ୨୦୨୩-୨୪ ସୁଦ୍ଧା ଏକ ମିଲିୟନ୍ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରୀର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିବୁ ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories