www.samajalive.in
Friday, December 12, 2025
23.1 C
Bhubaneswar

+୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଶେଷ, ଖାଲି ରହିଲା ଲକ୍ଷେ ଆସନ

ଭୁବନେଶ୍ବର: ସ୍ନାତକ(+୩) ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଗୁରୁବାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୪୦ ହଜାର ୬୧୧ ଜଣଙ୍କୁ ମନୋନୟନ କରାଯାଇଥିଲା। ରାଜ୍ୟର ୧୦୨୨ ମହାବିଦ୍ୟାଳୟରେ କଳା,ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ, ସେଲ୍ଫ ଫାଇନାନ୍ସିଂ (ନିଜସ୍ବ ଦେୟ) ପାଠ୍ୟକ୍ରମରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ପ୍ରାୟ ପ୍ରାୟ ୧ ଲକ୍ଷ ୩ ହଜାର ୧୦୫ ଆସନ ଖାଲି ରହିଛି। ମୋଟ ୧୫ ହଜାର ୨୩୨ ଜଣ ଉପରିସ୍ଥ ମହାବିଦ୍ୟାଳୟକୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। କଳାରେ ୨୩ ହଜାର ୩୪୬, ଭୌତିକ ବିଜ୍ଞାନରେ ୬ ହଜାର ୯୪୪, ବାୟୋଲୋଜିକାଲ ସାଇନ୍ସରେ ୫ ହଜାର ୮୨୮, ବାଣିଜ୍ୟରେ ୩ ହଜାର ୭୭୧, ସଂସ୍କୃତରେ ୨୩୭ ଓ ସେଲ୍ଫ ଫାଇନାନ୍ସିଂରେ ୪୮୫ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ନାମଲେଖା ସରିଥିବାବେଳେ ଚୂଡ଼ାନ୍ତ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସାମ୍ସ ୱେବ୍‌ସାଇଟ୍‌ରେ ଦାଖଲ କରିଛନ୍ତି।

ମୋଟ ୨ ଲକ୍ଷ ୪୯ ହଜାର ୬୦୩ ଆସନ ମଧ୍ୟରୁ ୧ ଲକ୍ଷ ୪୬ ହଜାର ୪୯୮ ବିଦ୍ୟାର୍ଥୀ ଦୁଇ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି। ଅନ୍ୟପକ୍ଷରେ ଖାଲିଥିବା ବଳକା ସିଟ୍‌(ଆସନ) ପାଇଁ ତତ୍‌କାଳ(ସ୍ପଟ୍‌) ନାମଲେଖା ତାରିଖ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ସ୍ପଟ୍‌ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ଓ ତାରିଖ ଚଳିତ ସପ୍ତାହରେ ପ୍ରକାଶ ପାଇବ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories