www.samajalive.in
Friday, December 12, 2025
27.1 C
Bhubaneswar

‘ଶଙ୍ଖ’ ଧରିବେ ପ୍ରଦୀପ!

ଆସନ୍ତା ସପ୍ତାହରେ ଭୁବନେଶ୍ବରରେ ହେବ ମିଶ୍ରଣ ପର୍ବ

ନବରଙ୍ଗପୁର: ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ପୂର୍ବରୁ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଚାଲିଥିବା ତର୍କ ଓ ବିତର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଖୁବଶୀଘ୍ର ଅର୍ଥାତ ଆସନ୍ତା ସପ୍ତାହରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦୀପ ‘ଶଙ୍ଖ’ ଧରିବେ ବୋଲି ପୁଣିଥରେ ନବରଙ୍ଗପୁରରେ ଚର୍ଚ୍ଚା ଜୋର ଧରିଛି। ଦଳ ଛାଡ଼ିବା ନେଇ ପ୍ରଦୀପ ଏବେ ବି ମୁହଁ ଖୋଲୁ ନ ଥିବାବେଳେ ସେ ଖୁବଶୀଘ୍ର ବିଜେଡିରେ ମିଶୁଥିବା ତାଙ୍କର ଅତି ନିକଟତମ ମହଲରୁ ଜଣାପଡ଼ିବା ପରେ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ସହ ଅଭିବକ୍ତ କୋରାପୁଟ ଜିଲାର ତାଙ୍କ ସମର୍ଥକ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ତାରିଖ ଧାର୍ଯ୍ୟ ହୋଇ ନ ଥିବା ଯୋଗୁଁ ଆସନ୍ତା ଅକ୍ଟୋବର ୫/୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ସମ୍ଭାବନା ଥିବା ପ୍ରଦୀପଙ୍କ ନିକଟତମ ସୂତ୍ରରୁ ଜଣାପଡିଛି। ଏ ନେଇ ପ୍ରଦୀପଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ବର୍ତ୍ତମାନ ଦିଲ୍ଲୀରେ ଥିବା ହେତୁ ତାଙ୍କ ସହ ଯୋଗାଯୋଗ ହୋଇପାରିନି। ପ୍ରଦୀପ ବିଜେଡିରେ ମିଶିବାକୁ ନେଇ ନବରଙ୍ଗପୁର ଜିଲା ବିଜେଡି କର୍ମକର୍ତ୍ତାଙ୍କ ପାଖରେ କୌଣସି ସୂଚନା ନ ଥିବା ବେଳେ ପ୍ରଦୀପ ବିଜେଡିରେ ମିଶିବା ପରେ ଜିଲା ବିଜେଡି କେତେଦୂର ଗ୍ରହଣ କରିବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories