www.samajalive.in
Sunday, December 14, 2025
19.1 C
Bhubaneswar

ମୁୁହଁରେ ୮ କିଲୋଗ୍ରାମରୁ ଅଧିକ ଟ୍ୟୁମର ଜନିତ ଯନ୍ତ୍ରଣାରୁ ୧୭ ବର୍ଷ ପରେ ମିଳିଲା ମୁକ୍ତି

ଭୁବନେଶ୍ୱର : ମୁହଁରେ ୮ କିଲୋଗ୍ରାମରୁ ଅଧିକ ଓଜନର ଟ୍ୟୁମରକୁ ନେଇ ଦୀର୍ଘ ୧୭ ବର୍ଷ ହେଲା ଯନ୍ତ୍ରଣାସିକ୍ତ ଜୀବନ ବଞ୍ଚୁଥିବା ଓଡ଼ିଶାର ଟିଟିଲାଗଡ ବାସିନ୍ଦା ୩୧ ବର୍ଷ ବୟସ୍କ ମନବୋଧ ବାଗ୍‍ ଙ୍କୁ ଶେଷରେ ଏଥିରୁ ମୁକ୍ତି ମିଳିଛି। ଏଭଳି ଏକ ବିରଳ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସ୍ୱାଭାବିକ ଜୀବନ ନିର୍ବାହ କରିବା ତାଙ୍କ ପାଇଁ ସହଜ ନଥିଲା। ପିଲାଦିନୁ ସେ ପ୍ଲେକ୍ସିଫର୍ମ ନ୍ୟୁୋରାଫାଇବ୍ରୋମ ନାମରେ ଏକ ବିରଳ ସ୍ୱାସ୍ଥ୍ୟ ସଙ୍କଟରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ବୟସ ବଢିବା ସହିତ ମୁହଁରେ ଟ୍ୟୁମର ଆକାର ବଢିବାରେ ଲାଗିଥିଲା। ଏହାକୁ ନେଇ ସେ ସର୍ବସାଧାରଣରେ ଅନେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିଲେ। ଏହାର କିଛି ଅଂଶକୁ କାଟି ଛୋଟ କରିବାକୁ ପୂର୍ବରୁ ସେ ଅନେକ ଡାକ୍ତରଖାନା ଯାଇଥିଲେ। କିନ୍ତୁ ଏହା କରାଗଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା କାରଣ ଦର୍ଶାଇ କେହି ଅସ୍ତ୍ରୋପଚାର କରିବାକୁ ରାଜି ହୋଇନଥିଲେ। ଓଡ଼ିଶାର ଏକ ବୃହତ ହସପିଟାଲରେ ତାଙ୍କର ଏଭଳି ଶାରୀରିକ ଅବସ୍ଥା ସମ୍ପର୍କରେ ସମୀକ୍ଷା କରାଯିବା ପରେ ଅସ୍ତ୍ରୋପଚାର ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଶେଷରେ ସେଠାରୁ ଅନିୟନ୍ତ୍ରିତ ଭାବରେ ରକ୍ତ କ୍ଷରଣ ହେବାରୁ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଥିଲା।
ପରିସ୍ଥିତି ଏଭଳି ହେଲା ଯେ ମନବୋଧ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହିଁଲେ। ତାଙ୍କର ଅଳ୍ପକିଛି ଶୁଭେଚ୍ଛୁ କିଛି ଅନୁଷ୍ଠାନ ସହିତ ମିଶି ଭିଡରୁ ପାଣ୍ଠି ସଂଗ୍ରହ ଜରିଆରେ ତାଙ୍କ ପାଇଁ ଅର୍ଥ ଯୋଗାଡ କରି ତାଙ୍କର ଏଭଳି ଜୀବନ ରୂପାନ୍ତରଣକାରୀ ଅସ୍ତ୍ରୋପଚାର ପଦ୍ଧତିକୁ ସୁଗମ କରିଥିଲେ। ଏହାପରେ ସେ ବାଙ୍ଗାଲୋରସ୍ଥିତ ଆଷ୍ଟର ସିଏମଆଇ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅତି ଯତ୍ନର ସହିତ ଅନୁଧ୍ୟାନ କରାଯାଇଥିଲା ଏବଂ ତାହାପରେ ତାଙ୍କର ଚିକିତ୍ସା ପାଇଁ ହସପିଟାଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ।
ସେଠାରେ ଛଅମାସରୁ ଅଧିକ ସମୟ ମଧ୍ୟରେ ମନବୋଧଙ୍କ ଠାରେ ୧୬ ଥର ଅସ୍ତ୍ରୋପଚାର କରାଯାଇଥିଲା। ଆଷ୍ଟର ସିଏମଆଇର ଏକ ଡାକ୍ତରୀଦଳ ତାଙ୍କର ଚିକିତ୍ସାରେ ନିୟୋଜିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଅଙ୍କୋଲୋଜି, ଇଏନଟି, ନ୍ୟୁରୋଆନେସଥେସିଆ ଏବଂ ଅପଥାଲମୋଲୋଜି ଆଦି ବିଭାଗରୁ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଅନ୍ୟ ଡାକ୍ତର ଓ ସର୍ଜନମାନେ ରହିଥିଲେ। ଅସ୍ତ୍ରୋପଚାର ସଫଳ ହେବାପରେ ମନବୋଧ ଖୁସି ଅଛନ୍ତି। ନିଜ ଘରକୁ ଫେରିଆସିଥିବା ମନବୋଧ ଏଣିକି ସ୍ୱାଭାବିକ ଜୀବନ ବଞ୍ଚିପାରିବେ ବୋଲି କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories