www.samajalive.in
Wednesday, December 10, 2025
23.1 C
Bhubaneswar

ବାୟୁ ପ୍ରଦୂଷଣ କାରଣରୁ ବର୍ଷକୁ ୬ ନିୟୁତ ସନ୍ତାନ ଧାର୍ଯ୍ୟ ସମୟ ପୂର୍ବରୁ ଜନ୍ମ ହେଉଛନ୍ତି

ୱାଶିଂଟନ: ସମଗ୍ର ବିଶ୍ୱରେ ପ୍ରଦୂଷଣ ସ୍ତର ଦିନକୁ ଦିନ ବଢିଚାଲିଥିବାବେଳେ ବାୟୁ ପ୍ରଦୂଷଣ ସବୁଠାରୁ ଅଧିକ ଘାତକ ହେବାରେ ଲାଗିଛି । କେବଳ ବାୟୁ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ୬ ନିୟୁତ ସନ୍ତାନ ଧାର୍ଯ୍ୟ ସମୟ ପୂର୍ବରୁ ଭୂମିଷ୍ଠ ହେଉଥିବା ଏକ ଅଧ୍ୟୟନରୁ ଜଣାଯାଇଛି । ୟୁନିଭରସିଟି ଅଫ କାଲିଫର୍ଣ୍ଣିଆ-ସାନ୍‌ ଫ୍ରାନସିସ୍କୋ ଏବଂ ୟୁନିଭରସିଟି ଅଫ ୱାଶିଂଟନ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରେ ଗର୍ଭାବସ୍ଥା ସମୟରେ ଉଭୟ ଘର ଭିତର ଓ ବାହାର ବାୟୁ ପୂଦ୍ରଷଣର କିଭଳି ଘାତକ ପ୍ରଭାବ ପଡୁଛି, ତାହା ଦର୍ଶାଯାଇଛି । ଏହାଦ୍ୱାରା ଗର୍ଭସ୍ଥ ସନ୍ତାନ ଧାର୍ଯ୍ୟ ସମୟ ପୂର୍ବରୁ ଜନ୍ମନେବା, ତାହାର ଜନ୍ମକାଳୀନ ଶରୀର ଓଜନ ହ୍ରାସ ଆଦି ସମସ୍ୟା ପରିଲକ୍ଷିତ ହେଉଛି । ପିଏଲଓଏସ ମେଡିସିନ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ଧାର୍ଯ୍ୟ ସମୟ ପୂର୍ବରୁ ସନ୍ତାନ ଜନ୍ମନେବା ଏବଂ କମ୍‌ ଓଜନ ବିଶିଷ୍ଟ ହେବା ପଛରେ ବାୟୁ ପ୍ରଦୂଷଣ ମୁଖ୍ୟ ଦାୟୀ । ଦକ୍ଷିଣ ପୂର୍ବ ଏସିଆ ଏବଂ ଉପ ସାହାରା ଆଫି୍ରକୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିଲେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସନ୍ତାନ ଜନ୍ମ ନେବା ଏବଂ ସେମାନଙ୍କର ଶାରୀରିକ ଓଜନ ହ୍ରାସପାଇବା ଘଟଣା ପ୍ରାୟ ୭୮% ହ୍ରାସପାଇବ । ବିଶ୍ୱର ଅଧିକ ବିକଶିତ ରାଷ୍ଟ୍ରଗୁଡିକରେ ବାୟୁ ପ୍ରଦୂଷଣ ସ୍ତର ଅଧିକ ରହୁଥିବା ଅଧ୍ୟୟନରୁ ଜଣାଯାଇଛି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories