www.samajalive.in
Wednesday, December 10, 2025
14.1 C
Bhubaneswar

ଗୁଡଭେଲା ବ୍ଳକରେ ସରିଲା ବିଏସକେୱଇ ସ୍ମାର୍ଟ ବଣ୍ଟନ କାର୍ଯ୍ୟକ୍ରମ

ଗୁଡଭେଲା : ଗତ ତିନିଦିନ ଧରି ଗୁଡଭେଲା ବ୍ଳକରେ ଚାଲିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କାର୍ୟ୍ୟ ଶେଷ ହୋଇଛି । ବ୍ଲକରେ ପ୍ରାୟ ୧୪ ହଜାର ସ୍ମାର୍ଟକାର୍ଡ ବ୍ଳକରେ ବଣ୍ଟନ ହୋଇଥିବା ଜଣାପଡିଛି । ଏସବୁ କାର୍ୟ୍ୟକ୍ରମରେ ବ୍ଳକର ୧୩ଟି ପଞ୍ଚାୟତ ଅଞ୍ଚଳରେ ଗାଁ କଲ୍ୟାଣ ସମିତି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିଥିବା ଅଭିଯୋଗ ହେଉଛି । ଗାଁ ସଫେଇ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଏଥିପାଇଁ ଖର୍ଚ୍ଚ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଉଛି ।
ଅଭିଯୋଗ ଅନୁସାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ଳକର ୧୩ ଯାକ ଗ୍ରାମ ପଞ୍ଚାୟତରେ ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି ।କାର୍ୟ୍ୟକ୍ରମକୁ ଅଧିକ ଆର୍କଷଣିୟ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ କିଛିଦିନ ଜୋରସୋର ଉଦ୍ୟମ କରାଯାଇଥିଲା ।ଏଥିପାଇଁ ବ୍ଳକରେ ଥିବା ୮୯ଟି ଗାଁ କଲ୍ୟାଲ ସମିତିରୁ ୫ ହଜାର ଲେଖାଏ ଅର୍ଥାତ ପ୍ରାୟ ୪ଲକ୍ଷ ୪୫ ହଜାର ଟଙ୍କା ନିଆଯାଇଥିବା ଅଭିଯୋଗ ହେଉଛି ।ଗାଁ ଗୁଡିକର ସଫାସୁତୁରା ପାଇଁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ସମିତିଗୁଡିକୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆ ଯାଇଥାଏ ।ହେଲେ ଏହି ଅର୍ଥକୁ ସ୍ମାର୍ଟକାର୍ଡ଼ ବଣ୍ଟନ ସଭାରେ ଖର୍ଚ୍ଚ କରାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି କାର୍ୟ୍ୟକ୍ରମକୁ ବ୍ଳକ ପ୍ରଶାସନ ଏତେ ତରବରିଆ ଭାବରେ କରିଥିଲେ ଯେ କିଛି ଅଙ୍ଗନବାଡି କର୍ମୀ ଖାତାରୁ ଟଙ୍କା ଉଠାଇ ନ ପାରିବାରୁ ଉପରିସ୍ଥ ଅଧିକାରୀଙ୍କ ଚାପ ଯୋଗୁଁ ନିଜର ହାତରୁ ମଧ୍ୟ ଦେଇଥିବା ଶୁଣିବାକୁ ମିଳୁଛି ।ଏହାସହ ସ୍ମାର୍ଟ କାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମ ପଞ୍ଚାୟତ ସ୍ତରରେ ହୋଇଥିଲେ ମଧ୍ୟ ସରପଞ୍ଚମାନେ ଏହି ବିଷୟରେ ଜାଣିନଥିବା କହୁଥିବା ବେଳେ କାର୍ୟ୍ୟନିର୍ବାହି ଅଧିକାରୀକୁ ୪ ହଜାର ଭିତରେ ଖର୍ଚ୍ଚ କରିବା ପାଇଁ ଗୁଡଭେଲା ବିଡ଼ିଓ ପରାମର୍ଶ ଦେଇଥିବା ବେଳେ ଖାଇବା ପିଇବା ବାବଦକୁ ୨ହଜାର ଟଙ୍କା କାର୍ୟ୍ୟକ୍ରମ ପୂର୍ବରୁ ଦେଇଥିଲେ ଏବଂ କାର୍ୟ୍ୟକ୍ରମ ପରେ ବାକି ଟଙ୍କା ଦିଆ ଯିବ ବୋଲି ବିଡ଼ିଓ କହିଥିବା ପିଇଓମାନେ କହୁଛନ୍ତି । ଏହି ବିଷୟରେ ଗୁଡଭେଲା ବିପିଏମ ମନୋଜ ପୁଟେଲକୁ ପଚରାଯିବାରୁ ସଂପୃକ୍ତ ପଞ୍ଚାୟତର ଗ୍ରାମର ଗାଁ କଲ୍ୟାଣ ସମିତି ପାଣ୍ଠିରୁ ୫ ହଜାର ଲେଖାଏ ଦିଆଯିବା ସ୍ବୀକାର କରିଥିବା ସହ ଗୁଡଭେଲା ବିଡ଼ିଓଙ୍କ ତତ୍ବବଧାନରେ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ବିଭିନ୍ନ ତାଲିମ କାର୍ୟ୍ୟ ତଥା ସଭା ପରିଚାଳନା କରୁଥିବା କମିଟି ଏହି ଅର୍ଥକୁ ଖର୍ଚ୍ଚ କରୁଛନ୍ତି ଏବଂ ଏହି ବିଷୟରେ ଅଧିକ କିଛି ଜାଣିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚରାନ୍ତୁ ବୋଲି ଶ୍ରୀ ପୁଟେଲ କହିଥିଲେ । ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁମିତ କୁମାର ବେହେରଙ୍କୁ ପଚରାଯିବାରୁ ଆମ୍ଭକୁ ପାଣ୍ଠିକୁ ପାସ୍ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା । ହେଲେ ଏହି କାର୍ୟ୍ୟକ୍ରମକୁ ବିଡ଼ିଓ ସବୁ ବୁଝୁଛନ୍ତି । ସେ କେମିତି କଣ ଖର୍ଚ୍ଚ କରୁଛନ୍ତି ଭଲ ସେ କହିପାରିବେ ବୋଲି ଶ୍ରୀ ମେହେର ପ୍ରକାଶ କରିଥିଲେ । ଗୁଡଭେଲା ବିଡ଼ିଓ ବିନୋଦ କୁମାର ନାଏୟଙ୍କୁ ଏହି ବିଷୟରେ ପଚାରିବା ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories