www.samajalive.in
Sunday, December 14, 2025
23.1 C
Bhubaneswar

ଏୟାର ଇଣ୍ଡିଆ ବିକ୍ରି; ବିଜେତା ଚୂଡାନ୍ତ, ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ସ୍ଥିର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିକ୍ରି ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ନିଲାମ ପ୍ରକ୍ରିୟାରେ ବିଜେତାଙ୍କ ନାମ ଚୂଡାନ୍ତ ହୋଇଥିବା ଏବଂ ସରକାର ଏଥିପାଇଁ ସର୍ବନିମ୍ନ ମୂଲ୍ୟ ସ୍ଥିର କରିସାରିଥିବା ଜଣାଯାଇଛି । ଟାଟା ଗ୍ରୁପ୍‍ ଏବଂ ଅଜୟ ସିଂହଙ୍କ ପକ୍ଷରୁ ଏଥିପାଇଁ ବିଡ୍‍ ଦାଖଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ବିଜେତାଙ୍କୁ ମନୋନୀତ କରାଯାଇସାରିଥିବା ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ । ଏହି ସୂତ୍ରରୁ କୁହାଯାଇଛି ଯେ ସରକାର ବିଜେତାଙ୍କ ନାମ ଘୋଷଣା କରିପାରନ୍ତି । ତେବେ ତାହା କେବେ କରାଯିବ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଜଣାପଡିନାହିଁ ।
ଟାଟା ଗ୍ରୁପ୍‍ର ପ୍ରତିନିଧି ଏବଂ ଅଜୟ ସିଂହଙ୍କ ପ୍ରତିନିଧି ଏହି ନିଲାମ ପ୍ରକ୍ରିୟା ସହିତ ସଂପୃକ୍ତ ସରକାରୀ ଅଧିକାରୀଙ୍କୁ ବୁଧବାର ଦିନ ଭେଟିଛନ୍ତି । ତେବେ ସରକାରୀ ଅଧିକାରୀ ଏବଂ ଦୁଇ ନିଲାମ ଡକାଳିଙ୍କ ପକ୍ଷରୁ ଏଥିନେଇ କିଛି ସୂଚନା ଦିଆଯାଇନାହିଁ । ତାହା ପୂର୍ବରୁ ମଙ୍ଗଳବାର ଦିନ ଏୟାର ଇଣ୍ଡିଆର ମୂଲ୍ୟାୟନକୁ ନେଇ ଏକ ଉପସ୍ଥାପନା ଦିଆଯାଇଥିଲା ଏବଂ ସଚିବସ୍ତରୀୟ କମିଟି ଏହାର ମୂଳ ସଂରକ୍ଷିତ ମୂଲ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକର ବିଷୟବସ୍ତୁ ମଧ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ । ତେବେ ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଟାଟା ଗ୍ରୁପ ଏହି ନିଲାମରେ ବିଜୟୀ ହୋଇଛି । ଏହା ଅଜୟ ସିଂହଙ୍କ ଠାରୁ ଅଧିକ ମୂଲ୍ୟରେ ନିଲାମ ଡାକିଥିବାରୁ ଏହାକୁ ସରକାର ମନୋନୀତ କରିଥିବା ଏହି ସୂତ୍ରରୁ କୁହାଯାଉଛି । ଏୟାର ଇଣ୍ଡିଆର ନିଲାମ ବ୍ୟବସ୍ଥା ଅନୁଯାୟୀ ଏକ ଘରୋଇ ମାଲିକାନାକୁ ଏହା ହସ୍ତାନ୍ତର କରାଯିବ । ତାହାସହିତ ଏହା ଉପରେ ରହିଥିବା ୨୩ ହଜାର କୋଟି ଟଙ୍କାର ଋଣ ବୋଝ ମଧ୍ୟ ଉକ୍ତ ସଂସ୍ଥା ମୁଣ୍ଡାଇବ । ଏହି ଯୋଜନାରେ ସରକାରୀ ମାଲିକାନାରେ ପରିଚାଳିତ ଏୟାର ଇଣ୍ଡିଆ ଆସେଟସ ହୋଲଡିଂସ ଲିମିଟେଡର ଅବଶିଷ୍ଟ ଋଣ ଦାୟିତ୍ୱ ମଧ୍ୟ ନିଲାମର ବିଜେତା ସଂସ୍ଥା ନେବ । ଏହି ସଂସ୍ଥା ଅଧୀନରେ ମୁମ୍ବଇସ୍ଥିତ ଏୟାର ଇଣ୍ଡିଆ ବିଲଡିଂ, ଦିଲ୍ଲୀସ୍ଥିତ ଏୟାରଲାଇନ୍ସ ହାଉସ ଏବଂ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ସହରରେ ଥିବା ଆବାସିକ ସୋସାଇଟି ଆଦି ରହିଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories