www.samajalive.in
Sunday, December 14, 2025
16.1 C
Bhubaneswar

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସର୍ବୋତ୍କୃଷ୍ଟ

ଭୁବନେଶ୍ୱର: ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜାତୀୟସ୍ତରରେ ସର୍ବୋତ୍କୃଷ୍ଟ ନମୁନା ଭାବେ ପ୍ରମାଣିତ ହୋଇଛି। ଏ ସମ୍ପର୍କରେ ବିଭିନ୍ନ ରାଜ୍ୟର ୨୨ଜଣ ପ୍ରଶାସନିକ ଅଧିକାରୀଙ୍କ ପାଇଁ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନରେ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଲାଲ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀ ପକ୍ଷରୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗିତାରେ ବୁଧବାର ଏହି କାର୍ଯ୍ୟକ୍ରମକୁ ଓଡିଶା ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିଥିଲେ।

ତାଲିମ କାର୍ଯ୍ୟକ୍ରମରେ ଗୁଜରାଟ, ତ୍ରିପୁରା, ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୋଆ ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଡାମନରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚଳନା କ୍ଷେତ୍ରରେ ନିୟୋଜିତ ୨୨ ଜଣ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି। ତାଲିମ ସମୟରେ ସେମାନେ ରାଜ୍ୟର ଆପଦକାଳୀନ କେନ୍ଦ୍ର, ସତର୍କ ସୂଚନା ପ୍ରସାରଣ ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ ଯୋଗାଣ ପାଇଁ ବ୍ୟବହୃତ ଯନ୍ତ୍ରପାତି, ମକଡ୍ରିଲ କାର୍ଯ୍ୟକ୍ରମ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଦେଖିବେ। ସେମାନେ ଓଡ୍ରାଫ, ଗ୍ରାମସ୍ତରର ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀ, ଆପଦ ମିତ୍ର ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ।

- Advertisement -

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଶ୍ରୀ ମହାପାତ୍ର କହିଛନ୍ତି, ୧୯୯୯ ମହାବାତ୍ୟାର ପରିଚାଳନା ଓଡ଼ିଶା ପାଇଁ ଏକ ଆହ୍ୱାନ ଓ ଅଭିଜ୍ଞତା ଥିଲା। ସେବେଠାରୁ ୨୧ ବର୍ଷ ଧରି ବନ୍ୟା ଓ ବାତ୍ୟାର ପ୍ରଭାବ ନିୟନ୍ତ୍ରଣ କରିବାରେ ଓଡ଼ିଶା ଅନେକ ଦକ୍ଷତା ହାସଲ କରିଛି। ତତ୍‌କ୍ଷଣାତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ବାହିନୀ ଗଠନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ କାର୍ଯ୍ୟଧାରା ଏବଂ ଆଗୁଆ ପ୍ରସ୍ତୁତି ପାଇଁ ଆନୁଷ୍ଠାନିକ ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories