www.samajalive.in
Saturday, December 13, 2025
26.1 C
Bhubaneswar

ରାଜସ୍ଥାନକୁ ସହଜରେ ହରାଇଲା ଆର୍‌ସିବି

ଦୁବାଇ: ଚଳିତ ଆଇପିଏଲ୍‌ରେ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍‌ସକୁ ୭ ୱିକେଟରେ ଆର୍‌ସିବି ପରାସ୍ତ କରିଛି। ଏଭିନ୍ ଲୁଇସ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍‌ସ ୯ ୱିକେଟରେ ୧୪୯ ରନ୍ କରିଥିଲା। ପରେ ଶ୍ରୀକର ଭାରତ ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଚମତ୍କାର ଇନିଂସ ବଳରେ ୧୭.୧ ଓଭରରେ ୩ ୱିକେଟ ହରାଇ ଆର୍‌ସିବି ଜିତିଥିଲା। ୧୧ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ୧୪ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି ଆର୍‌ସିବି। ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ରାଜସ୍ଥାନ ସଂଙ୍କଟରେ ପଡ଼ିଯାଇଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୃଢ଼ତାର ସହ ୧୫୦ ରନ୍‌ର ପିଛା ଆରମ୍ଭ କରିଥିଲା। ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ୩୧ ବଲ୍‌ରୁ ୪୮ ରନ୍‌ର ଭାଗିଦାରୀ କରିଥିଲେ। ପାଡିକଲ ୧୭ ବଲ୍‌ରୁ ୪ଟି ଚୌକା ସହ ୨୨ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। କୋହଲି ୨୦ ବଲ୍‌ରୁ ୪ଟି ଚୌକା ସହ ୨୫ ରନ୍‌କରି ରନ୍‌ଆଉଟ ହୋଇଥିଲେ। ୧୧ ଓଭରରେ ରାଜସ୍ଥାନ ୧ ୱିକେଟରେ ୧୦୦ ରନ୍ କରିଥିବା ବେଳେ ପରବର୍ତ୍ତୀ ୯ ଓଭରରେ ୪୯ ରନ୍‌କରି ୮ଟି ୱିକେଟ ହରାଇଥିଲା। ଫଳରେ ଏକଦା ୨ ଶହ ରନ୍‌ କରିବ ବୋଲି ଲାଗୁଥିବା ରାଜସ୍ଥାନ ଦେଢ଼ଶହ ରନ୍ ମଧ୍ୟ କରି ପାରିନଥିଲା। ବାଙ୍ଗାଲୋର ଟସ୍ ଜିତି ଫିଲ୍‌ଡିଂ ନେବା ପରେ ରାଜସ୍ଥାନର ୨ ଓପ୍‌ନର ୮.୧ ଓଭରରେ ୭୭ ରନ୍ ଯୋଡ଼ିଥିଲେ। ଯଶସ୍ବୀ ଜୟସୱାଲ ଦର୍ଶନୀୟ ବ୍ୟାଟିଂକରି ୨୨ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍‌କରି ଆଉଟ ହୋଇଥିଲେ। ଅନ୍ୟପଟେ ଏଭିନ୍ ଲୁଇସ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ଲୁଇସ୍‌ ୩୭ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୮ ରନ୍ କରିଥିଲେ। ପରେ ୩ଟି ବଲ୍‌ରେ ରାଜସ୍ଥାନ ୨ଟି ୱିକେଟ ହରାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories