www.samajalive.in
Saturday, December 13, 2025
26.1 C
Bhubaneswar

ଭଞ୍ଜ ବିହାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ବିଶ୍ଵ ହୃଦୟ ଦିବସ ପାଳିତ

ଗୋପାଳପୁର: ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭଞ୍ଜ ବିହାର ପକ୍ଷରୁ ବିଶ୍ବ ହୃଦୟ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜ ବିହାର ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ରୁଚି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ସେବା ଅଧିକାରୀ ସହରିକା ପାଣିଗ୍ରାହି, ସୁବାଷଚନ୍ଦ୍ର ନାୟକ, ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରିୟଦର୍ଶିନୀ ପାଢ଼ୀଙ୍କ ଉପସ୍ଥିତିରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଲୋକମାନେ ଯୋଗ ଦେଇଥିଲେ। ଡ଼ାକ୍ତର ରୁଚି ଏହି ଦିବସର ମହତ୍ତ୍ଵ ବିଷୟରେ ଉପସ୍ଥିତମାନଙ୍କୁ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ। ହୃଦୟ ଓ ହୃଦୟର ଯତ୍ନ କିପରି ଆମେ ନେଇ ପାରିବା ସେ ବିଷୟରେ ଡାକ୍ତର ରୁଚି ବିଶେଷ ଭାବରେ ବୁଝାଇଥିଲେ।

ସେବା ଅଧିକାରୀ ସାଗରିକା ସୁସ୍ଥ ହୃଦୟ ପାଇଁ ଉପଯୁକ୍ତ ଜୀବନ ଶୈଳୀ କିପରି ନିହାତି ଆବଶ୍ୟକ ସେ ବିଷୟରେ ମତ ରଖିଥିଲେ। ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରିୟଦର୍ଶିନୀ ପାଢ଼ୀ ସୁସ୍ଥ ହୃଦୟ ପାଇଁ ସନ୍ତୁଳିତ ଆହାର କଣ କଣ ଖାଇବା ସେ ବିଷୟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧାରଣା ଦେଇଥିଲେ। ସଂପ୍ରତି ଚାଲିଥିବା କୋରୋନା ମହାମାରୀକୁ ମୁକାବିଲା କରିବାକୁ ଟୀକା ନେବା ନିତାନ୍ତ ଆବଶ୍ୟକ ବୋଲି ମଧ୍ୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସେବା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ ଓ ସହାୟକ କର୍ମଚାରୀ ରାହୁଲ ନାୟକ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories