OMC 1 banner

ବିରଳ ନୂଆ ପ୍ରଜାତିର ମୁମ୍ୱାଇ ଦୃଷ୍ଟିହୀନ ମାଛ ଚିହ୍ନଟ

ଗୋପାଳପୁର: ମହାରାଷ୍ଟ୍ର ମୁମ୍ୱାଇ ସିନବ୍ରାଞ୍ଜିଡ୍ ଦୃଷ୍ଟିହୀନ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ୩ ଫୁଟିଆ ଗୋଲେଇର କୁୁଅରୁ ୪୦ ଫୁଟ ଗଭୀରରୁ ଏକ ନୂତନ ପ୍ରଜାତିର ମାଛକୁ ଗତ ୨୦୨୦ ମସିହା ଫେବୃଆରୀ ମାସରେ ମୁମ୍ବ୍ୱାଇ ସ୍ଥିତ ଥାକରେ ୱାଇଲ୍ଡ ଲାଇଫ ଫାଉଣ୍ଡେସନର ତେଜସ୍ ଠାକରେ ପାଇଥିଲେ। ସେ ଏହି ମାଛକୁ ଉଦ୍ଧାର କରିବା ପରେ ଏହା ଏକ ବିରଳ ପ୍ରଜାତିର ମାଛ ହୋଇଥିବା ଜାଣିପାରି ଏହାର ପରୀକ୍ଷା ନିରୀକ୍ଷା ନିମନ୍ତେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଆଇସିଏଆରର ବୈଜ୍ଞାନିକ ପ୍ରବୀଣ ରାଜ ଏବଂ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ର ଅଧିକାରୀ ବୈଜ୍ଞାନିକ ଡ.ଅନିଲ ମହାପାତ୍ରଙ୍କ ସହ ଯୋଗାଯୋଗ କରିବା ସହ ଉକ୍ତ ମାଛକୁ ଗୋପାଳପୁର ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇଥିଲେ।

ଏଠାରେ ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ପ୍ରବୀଣ ରାଜ, ତେଜସ ଠାକରେ ଏବଂ ମୁମ୍ବାଇ ଆଇ ସି ଆରର ବୈଜ୍ଞାନିକ ଅନାମ ପାଭାନ କୁମାର ପ୍ରାୟ ଦେଢ଼ ବର୍ଷ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ସହିତ ମାଛର ଡିଏନଏ ଟେଷ୍ଟ କରାଯିବା ପରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଜଣାପଡିଥିଲା। ଗବେଷଣା ସମୟରେ ଏହି ମାଛର ମେରୁଦଣ୍ଡ ରହିଥିବା ବେଳେ ମାଛର ଶରୀରରେ ୧୬୪ ଖଣ୍ଡ ହାଡ଼ ରହିଥିବା ସହ ଏକ ଧାଡ଼ିରେ ଛୋଟ ଛୋଟ ଦାନ୍ତ ରହିଥିବା ଜଣାପଡିଥିଲା। ଏହା ସହ ଏହାର ରଙ୍ଗ ଲାଲ ରଙ୍ଗର ରହିଥିଲା। ଏହି ମାଛ ସାଧାରଣତଃ ଭୂତଳ ଭୂମିରେ ବାସ କରୁଥିବା ବେଳେ ଏହି ମାଛର ଆଖି ନ ଥିବା ସହ ଏହା ବିଷାକ୍ତ ନଥିବା ଜଣାପଡିଥିଲା। ଏହି ମାଛ ମୁମ୍ବାଇରେ ମିଳିଥିବାରୁ ଏହାର ନାମକରଣ ମୁମ୍ୱାଇ ଇଷ୍ଟ ଦେବୀଙ୍କ ନାମରେ ରାକ୍ଟାମିଚିଥସ ମୁମ୍ବା ଓ ମୁମ୍ୱାଇ ଦୃଷ୍ଟୀହୀନ ମାଛ ବୋଲି ନାମକରଣ କରାଯାଇଥିବା ଗୋପାଳପୁର ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର କହିଛନ୍ତି। ଏ ନେଇ ଆଜି ଆକ୍ବା, ଆନ୍ତର୍ଜାତୀୟ ଜୋନାଲ ଇଥୋଲୋଜିରେ ପ୍ରକାଶ ପାଇଥିବା ସହ ଏହା ନେଇ ଅଧିକ ଗବେଷଣା ଜାରି ରହିଥିବା ଜଣାପଡିଛି।

Comments are closed.